୧୨ ଜଣ ପୋଲିସ ବାବୁଙ୍କ ଯୌନ କେଳେଙ୍କାରୀ !
ଭୁବନେଶ୍ଵର (ରାଜ୍ୟ କାହାଣୀ )ଗତ ତିନି ବର୍ଷରେ ୧୨ ଜଣ ପୋଲିସ ବାବୁଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାରୁ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଆସିଛି। ଏହାସହ ରାଇରଙ୍ଗପୁର, କନ୍ଧମାଳ ଏବଂ କମିସନରେଟ ପୋଲିସ ଅଞ୍ଚଳରୁ ମଧ୍ୟ ଏଭଳି ଅଭିଯୋଗ ହୋଇଛି।କେନ୍ଦୁଝର ଜିଲ୍ଲାରୁ ଦୁଇଟି ମାମଲା ଆସିଛି । କଟକ କ୍ରାଇମବ୍ରାଞ୍ଚରେ ଜଣେ IIC ବି ଯୌନ ନିର୍ଯାତନାରେ ସାମିଲ । ଭୁବନେଶ୍ୱର କମିସନରେଟ୍ ପୋଲିସର ଜଣେ ASI ବି ଯୌନ ନିର୍ଯାତନାରେ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗିରଫ ହୋଇଥିବା ବେଳେ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଏହାସହ ଜଣେ ଜାମିନରେ ଅଛନ୍ତି ।