ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ

ଭୁବନେଶ୍ୱର ( ରାଜ୍ୟକାହାଣୀ )ସମ୍ବଲପୁର ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ ହୋଇଛି । ଏଥିରେ ପ୍ରଫେସର ସାହୁ ଗୁରୁତର ଆହତ ହୋଇଛନ୍ତି lସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର୍ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ସତ୍ୟନାରାୟଣଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ଛି । ମିଳିଥିବା ସୂଚନା ଅନୁସାରେ, ରସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ବାମ ପେଟ ତଳ ଭାଗରେ ଆଘାତ ଲାଗିଛି । ଆକ୍ରମଣକାରୀ ଯୁବକ ହେଉଛନ୍ତି କୃପାସିନ୍ଧୁ ବାଗ l ଯୁବକ ଜଣକ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସଫେଇ କର୍ମଚାରୀଭାବେ କାମ କରୁଥିଲେ l ତାଙ୍କ ବାପା ବି ସେଠାରେ ସୁଇପର ଭାବେ କାମ କରୁଛନ୍ତି l ଅଭିଯୁକ୍ତ ଯୁବକଙ୍କୁ କିଛି ଦିନ ପୂର୍ବରୁ ତାଙ୍କର ଦୁର୍ବ୍ୟବହାର ପାଇଁ ଚାକିରୀରୁ ଛଟେଇ କରାଯାଇଥିଲା l ନିଜକୁ ପୁନର୍ବାର ଚାକିରୀରେ ରଖେଇ ଦେବା ପାଇଁ କୃପାସିନ୍ଧୁ ବାରମ୍ବାର ପ୍ରଫେସର ସାହୁଙ୍କ ପାଖକୁ ଯାଉଥିଲା l

ଆଜି ସକାଳ 9.30 ମିନିଟରେ ମଧ୍ୟ ସେ ପ୍ରଫେସରଙ୍କ ପାଖକୁ ଯାଇଥିଲା । ପ୍ରଫେସର କଲେଜ ଆସୁଥିବା ସମୟରେ ତାଙ୍କ ସହ ଝଗଡା କରିବା ସହ ଅଚାନକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କୃପାସିନ୍ଧୁ l ପ୍ରଫେସର ସାହୁ ପ୍ରତିରୋଧ କରିବାକୁ ଯାଇ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି lସତ୍ୟନାରାୟଣଙ୍କୁ ଛୁରାମାଡ଼ କରିବା ପରେ ଅଭିଯୁକ୍ତ କୃପାସିନ୍ଧୁ ନାଗ ଫେରାର୍ ହୋଇ ଯାଇଥିଲା । ପୋଲିସ ତୁରନ୍ତ ଟିମ୍ ଗଠନ କରି କୃପାସିନ୍ଧୁଙ୍କୁ ଖୋଜିବା ଆରମ୍ଭ କରିଥିଲା । ଏବେ କୃପାସିନ୍ଧୁକୁ ଅଟକ ରଖି ବୁର୍ଲା ଥାନା ପୋଲିସ ତଦନ୍ତ ଚଳାଇଛି ।

You might also like