ନୀଳଚକ୍ର ଉପରେ ପତିତପାବନ ଵାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅପାର ମହିମାକୁ ନେଇ ପୁଣି ଚର୍ଚ୍ଚା। ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡ଼ୁଥିବା ପତିତପାବନ ବାନାରେ ଦେଖିବାକୁ ମିଳିଛି ଶୂନ୍ୟ ଗଣ୍ଠି।ସେଥିପାଇଁ  ଶ୍ରୀକ୍ଷେତ୍ରରୁ ଝଡି,ବାତ୍ୟା,ବର୍ଷା ପବନ ଗାୟବ ହୋଇଗଲା ବୋଲି ଭକ୍ତ ମାନେ କହିଛନ୍ତି। ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଉଡୁଛି । ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଳାଯିବ । ଏହି ଶୂନ୍ୟ ଗଣ୍ଠିକୁ ଶୁଭ ସଂକେତ କୁହାଯାଏ  l ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଙ୍କେତ ବୋଲି ବରିଷ୍ଠ ଦଇତାପତି ସେବାୟତ କରିଛନ୍ତି  lଚୁନରା ସେବାୟତମାନେ ଏହାକୁ ଶୁଭର ପ୍ରତୀକ ଭାବେ ବିଚାର କରୁଥିବା କୁହାଯାଏ।

You might also like