ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମ ଅର୍ଦ୍ଧବାର୍ଷିକର ଅନଅଡିଟ୍ ଆର୍ଥିକ ଫଳାଫଳ ଘୋଷଣା କରିଛି ବେଦାନ୍ତ

ଭୁବନେଶ୍ବର , ରାଜ୍ୟ କାହାଣୀ: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମେଟାଲ  ଲିମିଟେଡ୍ (ବିଏସ୍ଇ: ୫୪୪୭୮୦ ଏବଂ ଏନ୍ଏସ୍ଇ: ଭିଏଏମ୍ଏଲ୍) ୩୦ ସେପ୍ଟେମ୍ୱର ୨୦୨୬ରେ ଶେଷ ହୋଇଥିବା  ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମ ଅର୍ଦ୍ଧବାର୍ଷିକର ଅନଅଡିଟ୍ ଆର୍ଥିକ ଫଳାଫଳ ଘୋଷଣା କରିଛି । ଏହି ଅବଧିରେ କମ୍ପାନୀ ଦୃଢ଼  ଆର୍ଥିକ ପ୍ରଦର୍ଶନ ସହ ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ସର୍ବାଧିକ ଉତ୍ପାଦନ, ଉନ୍ନତ ଉତ୍ପାଦନ ଖର୍ଚ୍ଚ  ପ୍ରତିଯୋଗିତା ଏବଂ ରଣନୈତିକ ସମନ୍ୱୟ କ୍ଷେତ୍ରରେ ନିରନ୍ତର ଅଗ୍ରଗତି ଏହି ସଫଳତାର ମୁଖ୍ୟ ଆଧାର ହୋଇଛି ।

କମ୍ପାନୀର ରାଜସ୍ୱ ବାର୍ଷିକ ଭିତିରେ ୪୧% ବୃଦ୍ଧି ପାଇ ୨୨,୦୬୬ କୋଟି ଟଙ୍କାରେ ପହଂଚିଛି । ଅଧିକ ବିକ୍ରୟ ପରିମାଣ ଏବଂ 

ଉନ୍ନତ ବଜାରଜାତକରଣ ମିଶ୍ରଣ ଏହି ଅଭିବୃଦ୍ଧିରେ ସହାୟକ ହୋଇଛି । ଏହି ସମୟରେ ଇବିଆଇଟିଡିଏ ୮୩% ବୃଦ୍ଧି ପାଇ 

୧୦,୧୯୨ କୋଟି ଟଙ୍କାରେ ପହଂଚିଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍ ପ୍ରାୟ ୪୬% ରହିଛି । ସେହିପରି ଟିକସ ପରବର୍ତୀ 

ଲାଭ (ପିଏଟି) ୧୦୫% ବୃଦ୍ଧି ସହ ଦୁଇଗୁଣରୁ ଅଧିକ ହୋଇ ୬,୧୮୭ କୋଟି ଟଙ୍କାରେ ପହଂଚିଛି । ତ୍ରୈମାସିକ ମଧ୍ୟରେ ବେଦାନ୍ତ ଆଲୁମିନିୟମ ନିଜର ଆର୍ଥôକ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ପୂର୍ବ ତ୍ରୈମାସିକ ତୁଳନାରେ  କମ୍ପାନୀର ନିଟ୍ ଋଣ ୩,୦୯୦ କୋଟି ଟଙ୍କା ହ୍ରାସ ପାଇଛି । ଫଳରେ ନିଟ୍ ଋଣ ଓ ଇବିଆଇଟିଡିଏ ଅନୁପାତ ପ୍ରଥମ 

ତ୍ରୈମାସିକର ୦.୯ ଗୁଣରୁ ହ୍ରାସ ପାଇ ୦.୭ ଗୁଣରେ ପହଂଚିଛି । ଏଥିସହ ଇଣ୍ଡିଆ ରେଟିଂସ୍ କମ୍ପାନୀର କ୍ରେଡିଟ୍ ରେଟିଂକୁ 

‘ଏଏ+ (ସ୍ଥିର)’କୁ ଉନ୍ନୀତ କରିଛି । ଆଇସିଆଏର୍ ଓ କ୍ରିସିଲ୍ ମଧ୍ୟ କମ୍ପାନୀର ରେଟିଂକୁ ପୁନଃନିଶ୍ଚିତ କରିଛନ୍ତି ।

ଉତ୍ପାଦନ କ୍ଷେତ୍ରରେ କମ୍ପାନୀ ନୂତନ ରେକର୍ଡ ସ୍ଥାପନ କରିଛି । ତ୍ରୈମାସିକ ଆଲୁମିନିୟମ ଉତ୍ପାଦନ ୬୪୯ କିଲୋଟନ୍ରେ 

ପହଂଚିଛି, ଯାହା ପୂର୍ବବର୍ଷର ସମାନ ଅବଧି ତୁଳନାରେ ୫% ଏବଂ ପୂର୍ବ ତ୍ରୈମାସିକ ତୁଳନାରେ ୩% ଅଧିକ । ମୂଲ୍ୟବର୍ଦ୍ଧିତ 

ଆଲୁମିନିୟମ ଉତ୍ପାଦନ ମଧ୍ୟ ୩୧% ବୃଦ୍ଧି ପାଇ ରେକର୍ଡ ୪୩୨ କିଲୋଟନ୍ରେ ପହଂଚିିଛି । ସେହିପରି ଆଲୁମିନା ଉତ୍ପାଦନ 

୩୭% ବୃଦ୍ଧି ସହ ୮୯୫ କିଲୋଟନ୍ର ନୂତନ ତ୍ରୈମାସିକ ସର୍ବୋଚ୍ଚ ସ୍ତର ହାସଲ କରିଛି । ନିଜର ସମନ୍ୱିତ ବ୍ୟବସାୟିକ ରଣନୀତିକୁ ଆଗକୁ ବଢ଼ାଇ ବେଦାନ୍ତ ଆଲୁମିନିୟମ ବିଶ୍ୱର ଅନ୍ୟତମ ପ୍ରତିଯୋଗିତାମୂଳକ ଓ  ସମ୍ପୂର୍ଣ୍ଣ ସମନ୍ୱିତ ଆଲୁମିନିୟମ ଉଦ୍ୟୋଗ ଗଠନ ଦିଗରେ କାର୍ଯ୍ୟ ଜାରି ରଖିଛି । ଏହାଦ୍ୱାରା କଂଚାମାଲ ସମ୍ବଳର ସୁରକ୍ଷା ସୁଦୃଢ଼ 

ହେବା ସହ ଉତ୍ପାଦନ ଶୃଙ୍ଖଳର ବିଭିନ୍ନ ପର୍ଯ୍ୟାୟରେ କ୍ଷମତା ସମ୍ପ୍ରସାରଣକୁ ଗତି ମିଳୁଛି । ଏହି ତ୍ରୈମାସିକରେ ବାଲ୍କୋର ୪୩୫ 

କିଲୋଟନ୍ ପ୍ରତିବର୍ଷ କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଦ୍ୱିତୀୟ ଜୋନକୁ କାର୍ଯ୍ୟକ୍ଷମ କରାଯାଇଛି । ଏଥିସହ ସିଜିମାଳି ବକ୍ସାଇଟ୍ ଖଣି 

ବ୍ଲକ୍ ପାଇଁ ପରିଚାଳନା ସମ୍ମତିପତ୍ର (ସିଟିଓ) ମିଳିଛି । ଏହି ପଦକ୍ଷେପଗୁଡ଼ିକ କମ୍ପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ଓ କଂଚାମାଲ 

ସୁରକ୍ଷା ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ସୂଚାଉଛି ।

କମ୍ପାନୀର ଦ୍ୱିତୀୟ ତ୍ରୈମାସିକ ପ୍ରଦର୍ଶନ ଉପରେ ମତ ରଖି ବେଦାନ୍ତ ଆଲୁମିନିୟମର ପୂର୍ଣ୍ଣକାଳୀନ ନିଦେ୍ର୍ଦଶକ ତଥା ମୁଖ୍ୟ ନିର୍ବାହୀ 

ଅଧିକାରୀ ରାଜେଶ କୁମାର କହିଛନ୍ତି, ‚ଚଳିତ ତ୍ରୈମାସିକର ପ୍ରଦର୍ଶନ ବେଦାନ୍ତ ଆଲୁମିନିୟମକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଓ ସମନ୍ୱିତ ଆଲୁମିନିୟମ ବ୍ୟବସାୟ ଭାବେ ଗଢ଼ିତୋଳିବାରେ ଆମର ନିରନ୍ତର ଅଗ୍ରଗତିକୁ ପ୍ରତିଫଳିତ  କରୁଛି । ଆମେ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ସର୍ବକାଳୀନ ରେକର୍ଡ ହାସଲ କରିବା ସହ ଅଭିବୃଦ୍ଧି ଓ ବ୍ୟବସାୟିକ  ସମନ୍ୱୟ ସମ୍ପର୍କିତ ପଦକ୍ଷେପଗୁଡ଼ିକରେ ଉଲ୍ଲେଖନୀୟ ଅଗ୍ରଗତି କରିଛୁ । ବାଲ୍କୋ ସମ୍ପ୍ରସାରଣ ପ୍ରକଳ୍ପର ଦ୍ୱିତୀୟ ଜୋନକୁ  କାର୍ଯ୍ୟକ୍ଷମ କରିବା ଏବଂ ବକ୍ସାଇଟ୍ ସମ୍ବଳ ସୁରକ୍ଷା ଦିଗରେ ହୋଇଥିବା ଅଗ୍ରଗତି ଆମର ସମନ୍ୱିତ ଉତ୍ପାଦନ ଶୃଙ୍ଖଳର 

ମୂଳଦୁଆକୁ ଆହୁରି ସୁଦୃଢ଼ କରିଛି । ଉତ୍ପାଦନ କାର୍ଯ୍ୟକଳାପର ସମ୍ପ୍ରସାରଣ ସହ ଆମେ ଶୃଙ୍ଖଳିତ କାର୍ଯ୍ୟାନ୍ୱୟନ, ଖର୍ଚ୍ଚ 

ପ୍ରତିଯୋଗିତା ଏବଂ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବିସ୍ତାରିତ ପୋର୍ଟଫୋଲିଓ ଉପରେ ଗୁରୁତ୍ୱ ଦେଉଛୁ । ଏହା ଆମ ଅଂଶୀଦାରମାନଙ୍କ 

ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ସହ ଆଲୁମିନିୟମର ବର୍ଦ୍ଧିତ ଚାହିଦା ପୂରଣ କରିବାରେ ସହାୟକ ହେବ ।‛

ବେଦାନ୍ତ ଆଲୁମିନିୟମର ମୁଖ୍ୟ ଆର୍ଥôକ ଅଧିକାରୀ ଅନୁପ ଅଗ୍ରୱାଲ କହିଛନ୍ତି, ‚ଦ୍ୱିତୀୟ ତ୍ରୈମାସିକରେ ଆମେ ଆୟ ବୃଦ୍ଧିର 

ଗତିକୁ ବଜାୟ ରଖିଛୁ । ଏହି ଅବଧିରେ ରାଜସ୍ୱ ୨୨,୦୬୬ କୋଟି ଟଙ୍କା, ଇବିଆଇଟିଡିଏ ୧୦,୧୯୨ କୋଟି ଟଙ୍କା ଏବଂ 

ଟିକସ ପରବର୍ତୀ ଲାଭ ୬,୧୮୭ କୋଟି ଟଙ୍କା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶୃଙ୍ଖଳିତ ନଗଦ ପ୍ରବାହ ଓ ପୁଞ୍ଜି ପରିଚାଳନା 

ଯୋଗୁଁ ଆମେ ଏହି ତ୍ରୈମାସିକରେ ନିଟ୍ ଋଣ ୩,୦୯୦ କୋଟି ଟଙ୍କା ହ୍ରାସ କରିବାରେ ସଫଳ ହୋଇଛୁ । ଏହାଦ୍ୱାରା ନିଟ୍ ଋଣ 

ଓ ଇବିଆଇଟିଡିଏ ଅନୁପାତ ୦.୭ ଗୁଣକୁ ଉନ୍ନୀତ ହୋଇଛି । କ୍ରେଡିଟ୍ ରେଟିଂରେ ଉନ୍ନତି ଓ ଅନ୍ୟ ସଂସ୍ଥାଗୁଡ଼ିକର ରେଟିଂ 

ପୁନଃନିଶ୍ଚିତ ହେବା ଆମ ଆର୍ଥôକ ସ୍ଥିତିକୁ ଆହୁରି ମଜବୁତ କରିଛି । ସୁଦୃଢ଼ ବାଲାନ୍ସ ସିଟ୍ ଏବଂ ଅଭିବୃଦ୍ଧି ଓ ସମନ୍ୱୟ 

ପ୍ରକଳ୍ପଗୁଡ଼ିକରେ ନିରନ୍ତର ଅଗ୍ରଗତି ସହ ଆମେ ଆର୍ଥôକ ଶୃଙ୍ଖଳା ବଜାୟ ରଖି ଆମର ରଣନୈତିକ ପ୍ରାଥମିକତାଗୁଡ଼ିକୁ ପାଣ୍ଠି

You might also like