ଅଧ ଘଣ୍ଟା ତଳେ ହଁ, ଏବେ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଦେବୁନି କହିଲା ବିଜେଡି
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ ନାହିଁ। ଏହାର ସୂଚନା ଦେଇଛନ୍ତି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସୂଚନାମୁତାବକ ନବୀନ ପଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ରେ ବୈଠକ ବସିଥିଲା । ବୈଠକରେ ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ, ଇପସିତା ସାହୁ ଏବଂ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ପ୍ରମିଳା ମଲ୍ଲିକ ବୈଠକରୁ ଫେରି କହିଥିଲେ ଯେ ନିଶ୍ଚିତ ଭାବେ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବୁ । ଇଣ୍ଡି ମେଣ୍ଟରେ ଯେହେତୁ ଅଛୁ , ସମର୍ଥନ କରିବୁ ।