ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି। ନୂଆଦିଲ୍ଲୀରୁ ବିଶାଖାପାଟଣା ଏଵଂ ବିଶାଖାପାଟଣାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସିଧାସଳଖ ସୁନାବେଡ଼ାର ଟିଟିଏସ ହେଲିପ୍ୟାଡରେ ପହଞ୍ଚିଛନ୍ତି ରାଜନାଥ ସିଂ।କୋରାପୁଟ ଡିଭିଜନ୍ ଠାରେ ୨ହଜାର ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗ ଦେଇଛନ୍ତି।HAL କୋରାପୁଟ ଦୀର୍ଘ ୬ ଦଶନ୍ଧି ଧରି ଭାରତର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛି। ଏହି ପ୍ରତିଷ୍ଠାନ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଜିର ଏହି କାର୍ଯ୍ୟକ୍ରମ ସୁନାବେଡ଼ା ହାଲ୍‌ର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ୨୧୮ କୋଟି ଟଙ୍କାର ନିବେଶ ସହିତ ଶକ୍ତି ଇଞ୍ଜିନର ଦ୍ବିତୀୟ ନିର୍ମାଣ ଲାଇନର ଶୁଭାରମ୍ଭ କରାଯିବ।

You might also like