ଭୁବନେଶ୍ୱରରେ ଅକ୍ଟୋବର ୩୦-୩୧ରେ ଅନୁଷ୍ଠିତ ହେବ ଟାଇକନ ଭୁବନେଶ୍ୱର ୨୦୨୬
ଭୁବନେଶ୍ୱର , ରାଜ୍ୟ କାହାଣୀ: ଦି ଇଣ୍ଡସ୍ ଏଂଟରପ୍ରିନ୍ୟୋର୍ସ (ଟାଇ) ଭୁବନେଶ୍ୱର ତରଫରୁ ଏହାର ପ୍ରମୁଖ ବାର୍ଷିକ ଉଦ୍ୟୋଗୀ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ, “ଟାଇକନ୍ ଭୁବନେଶ୍ୱର ୨୦୨୬ – ଓଡ଼ିଶା ଲିପ୍ ଅପ୍ ସମିଟ୍’, ଆସନ୍ତା ଅକ୍ଟୋବର ୩୦ ଏବଂ ୩୧ ତାରିଖରେ ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ଆୟୋଜିତ ହେବାକୁ ଯାଉଛି । “ଓଡ଼ିଶା ଲିପ୍ ଅପ୍ – ଗଢ଼ନ୍ତୁ, ଆଗକୁ ବଢ଼ାନ୍ତୁ, ରପ୍ତାନି କରନ୍ତୁ’ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରମୁଖ ସମ୍ମିଳନୀର ଲକ୍ଷ୍ୟ ହେଉଛି ରାଜ୍ୟକୁ ଉଦ୍ୟୋଗ, ନୂତନ ଉଦ୍ଭାବନ, ପୁଞ୍ଜି ନିବେଶ ତଥା ରପ୍ତାନିଭିତିିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତି । କରିବା, ଯାହା “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ର ବୃହତ ଲକ୍ଷ୍ୟ ସହିତ ସିଧାସଳଖ ଯୋଡ଼ି ହୋଇଛି ।
ଆଗାମୀ ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍ ପ୍ରତି ।ତା, ଏମଏସଏମଇ କାର୍ଯ୍ୟନିର୍ବାହୀ, ଭେଂଚର କ୍ୟାପିଟାଲିଷ୍ଟ, ଏଞ୍ଜେଲ ନିବେଶକ, କର୍ପୋରେଟ୍ ମୁଖ୍ୟ, ନୀତି ନିର୍ଦ୍ଧାରକ, ପରାମର୍ଶଦାତା ତଥା ଉଦ୍ୟୋଗ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ମିଶାଇ ପ୍ରାୟ ୧,୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଂଚଳିକ ପରିସରକୁ ଆନ୍ତର୍ଜାତୀୟ ସ୍ତରରେ ବିସ୍ତାର କରିବା ଲକ୍ଷ୍ୟରେ ଆମେରିକା, ଦୁବାଇ ଏବଂ ସିଙ୍ଗାପୁରର ସରକାରୀ ପ୍ରତିନିଧି ଦଳ ଦ୍ୱିପାକ୍ଷିକ ବାଣିଜ୍ୟ, ଆନ୍ତର୍ଜାତୀୟ ପୁଞ୍ଜି ନିବେଶ ଏବଂ ବ୍ୟବସାୟିକ ସହଭାଗିତାର ସୁଯୋଗ ଆକଳନ କରିବା ପାଇଁ ରାଜଧାନୀରେ ପଂହଚିବେ । ଟାଇ କଲୋମ୍ବୋ ଏହି ସମ୍ମିଳନୀରେ ଏକ ଦେଶ ସହଭାଗୀ (କଂଟ୍ରି ପାର୍ଟନର) ଭାବରେ ଯୋଗ ଦେବ, ଯାହା ଲକ୍ଷ୍ୟଭତିିକ ପୁଞ୍ଜି ନିବେଶ ଏବଂ ରଣନୈତିକ ବ୍ୟବସାୟିକ ସମ୍ପର୍କ ସ୍ଥାପନ ପାଇଁ ବାଟ ଫିଟାଇବ ।
ଏହି ସମ୍ମିଳନୀର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରି ଟାଇ ଭୁବନେଶ୍ୱରର ସଭାପତି ଅୟସକାନ୍ତ ମହାନ୍ତି କହିଛନ୍ତି ଯେ ସମଗ୍ର ରାଜ୍ୟରେ ଆର୍ଥôକ ଅଭିବୃଦ୍ଧିର ପରବର୍ତର୍ୀ ବଡ଼ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । “ଟାଇକନ୍ ଭୁବନେଶ୍ୱର ୨୦୨୬କୁ ଓଡ଼ିଶାର ପରବର୍ତୀ ଅର୍ଥନୈତିକ ବିକାଶର ଏକ ପ୍ରେରକ ଭାବରେ ଦେଖାଯାଉଛି । ଓଡ଼ିଶାର ଅସାଧାରଣ ଉଦ୍ୟୋଗୀ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବା ସହିତ ଆନ୍ତର୍ଜାତୀୟ ପୁଞ୍ଜି, ବୈଷୟିକ ଜ୍ଞାନକୌଶଳ ଏବଂ ରପ୍ତାନି ବଜାର ସହ ସିଧାସଳଖ ଯୋଡ଼ିବା ଆମର ମୁଖ୍ୟ ଉଦେ୍ଦଶ୍ୟ । ଆମର ଆଂଚଳିକ ଉଦ୍ୟୋଗଗୁଡ଼ିକୁ ବିଶ୍ୱ ସ୍ତରରେ ଗଢ଼ିବା, ବଢ଼ାଇବା ଏବଂ ରପ୍ତାନି କରିବା ଉପଯୋଗୀ କରି ଗଢ଼ିତୋଳିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ,’ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସତ୍ୟବ୍ରତ ରଥୋ, ଭାଇସ ପ୍ରେସିଡ଼େଂଟ, ଟାଇ ଭୁବନେଶ୍ୱର, ଶ୍ରୀଯୁକ୍ତ ଅଭିତାଭ୍ୟ ପଟନାୟକ, ଯୁଗ୍ମ ସଚିବ, ଟାଇ ଭୁବନେଶ୍ୱର, ସିଏ ରାକେଶ କୁମାର ଗୁପ୍ତା, ଟ୍ରେଜରର, ଟାଇ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇ ଦିନ ମଧ୍ୟରେ ସମ୍ମିଳନୀରେ ମୁଖ୍ୟ ବକ୍ତବ୍ୟ, ବିଶେଷଜ୍ଞ ପ୍ୟାନେଲ ଆଲୋଚନା ଏବଂ ଅନେକ ମୁଖ୍ୟ ବିଷୟକୁ ନେଇ ସ୍ୱତନ୍ତ୍ର ବିଜନେସ୍-ଟୁ-ବିଜନେସ ଆଲୋଚନା ସ୍ଥାନ ପାଇବ । ଏହି ଅଧିବେଶନ ମାଧ୍ୟମରେ ପ୍ରଥମ ଥର ପାଇଁ ଟାଇ ଆଂଚଳିକ ସମ୍ମିଳନୀ ଆରମ୍ଭ ହେବ, ଯାହା ବିଭିନ୍ନ ଆଂଚଳିକ ଶାଖାର ପ୍ରତି ।ତା ଏବଂ ପ୍ରତିନିଧିମାନଙ୍କୁ ଆନ୍ତଃରାଜ୍ୟ ବଜାର ସଂଯୋଗ ତଥା ମିଳିତ ପୁଞ୍ଜି ନିବେଶ ପାଇଁ ଏକତ୍ରିତ କରିବ । ଏହା ସହିତ ଏକ ସ୍ୱତନ୍ତ୍ର ଇନଭେଷ୍ଟର ଲାଉଞ୍ଜ ଏବଂ ଷ୍ଟାର୍ଟଅପ୍ ପିଚ୍ ମଂଚ ନୂତନ ଉଦ୍ୟୋଗୀମାନଙ୍କୁ ସିଧାସଳଖ ବଡ଼ ନିବେଶକ ଏବଂ ପାଣ୍ଠି ଯୋଗାଣକାରୀ ସଂସ୍ଥା ସହ ଯୋଡ଼ିବ; ସେହିପରି କୃତ୍ରିମ ବୁଦ୍ଧିମତା, ଡିପ୍ ଟେକ, ମହାକାଶ ପ୍ରଯୁକ୍ତି, ଡ୍ରୋନ୍ ବ୍ୟବସ୍ଥା, ସ୍ମାର୍ଟ ଗ୍ଲୋବାଲ କାପାବିଲିଟି ସେଂଟର, ଡାଟା ଇନଫ୍ରାଷ୍ଟ୍ରକଚର ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ଭଳି ବିଷୟ ଉପରେ ସ୍ୱତନ୍ତ୍ର ବୈଷୟିକ ଆଲୋଚନାଚକ୍ର ଅନୁ ିତ ହେବ ।ଏହି ସମ୍ମିଳନୀରେ ସ୍ଥାନୀୟ ଏମଏସଏମଇ ଏବଂ ନୂତନ ଉଦ୍ୟୋଗଗୁଡ଼ିକୁ ବିଶ୍ୱ ବାଣିଜ୍ୟ ନିୟମାବଳୀ ସହିତ ତାଳ ମିଳାଇ ଚାଲିବା ଶିଖାଇବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିବା ସହିତ ମହିଳା ଉଦ୍ୟୋଗୀ, ଗ୍ରାମୀଣ ଉଦ୍ଭାବକ ଏବଂ ଯୁବପିଢ଼ିଙ୍କ ନେତୃତ୍ୱାଧୀନ ତୃଣମୂଳ ସ୍ତରର ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପରିଶେଷରେ, ଏହି ସମ୍ମିଳନୀ ଓଡ଼ିଶାର ବ୍ୟବସାୟିକ ସମୁଦାୟ ପାଇଁ ବଡ଼ ଆକାରରେ ବ୍ୟବସାୟିକ ମଡେଲ ତିଆରି କରିବା, ରଣନୈତିକ ଆନ୍ତର୍ଜାତୀୟ ସହଭାଗିତା ହାସଲ କରିବା ତଥା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ବଜାରର ପରିସର ବଢ଼ାଇବା ପାଇଁ ଏକ ସକ୍ରିୟ ମଂଚ ଭାବରେ କାର୍ଯ୍ୟ କରିବ ।