ପୂଜା ପୂର୍ବରୁ ବର୍ଷା-ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା

ଭୁବନେଶ୍ଵର (ରାଜ୍ୟ କାହାଣୀ )ପୂଜା ପୂର୍ବରୁ ବର୍ଷା-ବନ୍ୟା ଜନିତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେସ୍ ପୂଜାରୀ ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ଅଧିକାରୀଙ୍କ ଅବହେଳାକୁ ଅକ୍ଷମଣୀୟ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆଶା, ଅଙ୍ଗନୱାଡି, ଏନଡିଆରଏଫ, ଓଡ୍ରାଫ ସମେତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ।  ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଶୀଘ୍ର ବାକି କ୍ଷତିପୂରଣ ଯୋଗାଇ ଦିଆଯିବ।

You might also like