୩ ମାସ ପରେ ଭୁବନେଶ୍ୱରରୁ ପୁଣି ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ । ସୂଚନା ଅନୁଯାୟୀ, ବିମାନଟି ରାତି ୧୧ଟା ୫ ମିନିଟ୍‌ରେ ଭୁବନେଶ୍ୱରରୁ ଉଡ଼ାଣ ଭରିବ। ପରଦିନ ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ରେ ବ୍ୟାଙ୍କକ୍‌ରେ ପହଞ୍ଚିବ। ପୁଣି ବିମାନ ସେବା ଆରମ୍ଭ ହେବା ଫଳରେ ଉଭୟ ସହର ମଧ୍ୟରେ ଯାତାୟାତ ଅଧିକ ସୁବିଧାଜନକ ହେବ।ଦୀର୍ଘ ବ୍ୟବଧାନ ପରେ ସିଧାସଳଖ ବିମାନ ସେବା ଆରମ୍ଭ ହେବା ନେଇ ଯାତ୍ରୀ ଓ ବ୍ୟବସାୟୀ ମହଲରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ ।  ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।ତେବେ ଅକ୍ଟୋବର ୨୫ରୁ ବିମାନର ସମୟରେ ପରିବର୍ତ୍ତନ ହେବ।  ବର୍ତ୍ତମାନ ରାତିରେ ଉଡ଼ାଣ ଥିବାବେଳେ ୨୫ ତାରିଖରୁ ଦିନ ସମୟରେ ଏହି ସେବା ଉପଲବ୍ଧ ହେବ ।  ବିଶେଷକରି ଥାଇଲାଣ୍ଡ ଯାତ୍ରା କରୁଥିବା ଓଡ଼ିଶାର ଯାତ୍ରୀଙ୍କ ପାଇଁ ଏହି ସେବା ଗୁରୁତ୍ୱପୂର୍ଣ୍ଣ ହେବ।

You might also like