ଏଣିକି ପ୍ରତିବର୍ଷ ନୁହେଁ, ୩-୫ ବର୍ଷ ଯାଏଁ ବୈଧ ରହିବ Exempted FASTag

ରାଜପଥରେ ଯାତାୟାତ କରୁଥିବା ଦିବ୍ୟାଙ୍ଗଜନଙ୍କ ପାଇଁ ସରକାର FASTag ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଟୋଲ୍ ଟ୍ୟାକ୍ସରୁ ଛାଡ଼ ପାଉଥିବା ‘Exempted FASTag’କୁ ଆଉ ପ୍ରତିବର୍ଷ ନବୀକରଣ କରିବାକୁ ପଡ଼ିବ ନାହିଁ ।ନୂଆ ନିୟମ ଅନୁସାରେ, ଦିବ୍ୟାଙ୍ଗତାର ଶତକଡ଼ା ଆଧାରରେ FASTag ର ବୈଧତା ସ୍ଥିର କରାଯିବ ।୪୦%ରୁ ଅଧିକ କିନ୍ତୁ ୭୦%ରୁ କମ ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କ ଫାଷ୍ଟଟ୍ୟାଗ ବୈଧତା ୩ ବର୍ଷ ରହିବ।

ପୁରୁଣା ନିୟମ ଅନୁସାରେ ଦିବ୍ୟାଙ୍ଗଜନଙ୍କୁ ନିଜର ଛାଡ଼ ଫାଷ୍ଟଟ୍ୟାଗ ଜାରି ରଖିବା ପାଇଁ ପ୍ରତିବର୍ଷ ନୂଆ ଆବେଦନ କରିବାକୁ ପଡ଼ୁଥିଲା। ଏହା ଯୋଗୁ ଅନେକ କାଗଜପତ୍ର କାମ ସହ ସମୟ ମଧ୍ୟ ନଷ୍ଟ ହେଉଥିଲା।ନୂଆ ନିୟମ ଅନୁସାରେ ୩ କିମ୍ବା ୫ ବର୍ଷର ଦୀର୍ଘ ବୈଧତା ମିଳିବା ଫଳରେ ପ୍ରତିବର୍ଷ ନବୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ବୈଧତା ସମୟ ସରିବା ପରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନ କିମ୍ବା ଅଫଲାଇନରେ ନବୀକରଣ ପାଇଁ ଆବେଦନ କରିବାକୁ ପଡ଼ିବ।ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଆଜି, ଅର୍ଥାତ୍ ୨ ଅକ୍ଟୋବର ୨୦୨୬ ରୁ ସାରା ଦେଶରେ ଲାଗୁ ହୋଇଛି ।ସମସ୍ତ ପ୍ରକାରର ଯାନବାହନ ପାଇଁ ଏହି ଛାଡ଼ ଲାଗୁ ହେବ ନାହିଁ । କେବଳ କିଛି ଗାଡ଼ିଗୁଡ଼ିକ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଦିବ୍ୟାଙ୍ଗଜନଙ୍କ ବ୍ୟବହାର ପାଇଁ ବିଶେଷ ଭାବରେ ପ୍ରସ୍ତୁତ କିମ୍ବା ମୋଡିଫାଏଡ୍ କରାଯାଇଥିବା ଗାଡ଼ି । ‘Divyangjan’ ଓନରସିପ୍ କ୍ୟାଟେଗୋରୀ ଅଧୀନରେ ପଞ୍ଜୀକୃତ ହୋଇଥିବା ଯାନବାହନ ।

You might also like