ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !
ଭୁବନେଶ୍ୱର, ରାଜ୍ୟ କାହାଣୀ: ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ଶିକ୍ଷା ‘ଓ’ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେ୍ସ (ଏସ୍ପିଏସ୍)ପକ୍ଷରୁ ଗୁରୁବାର କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ “ଏକ ପେଡ୍ ମା’ କେ ନାମ୍” ବାର୍ତାକୁ ଆଧାରକରି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ଏନଏସଏସର ଆଚଂଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ,ଏସ୍ପିଏସ୍ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏବଂ ଏନଏସଏସ ପ୍ରୋଗ୍ରାମ୍ କୋ-ଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଶ୍ରୀ କୁଶୱାହ ପରିବେଶ ସୁରକ୍ଷା,ବୃକ୍ଷରୋପଣ ଏବଂ ରୋପିତ ଚାରାଗୁଡ଼ିକର ଯତ୍ନ ନେବାର ଗୁରୁତ୍ୱ ଉପରେ ଆଲୋକପାତକରିଥିଲେ ।ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ି ମଧ୍ୟରେ ପରିବେଶ ପ୍ରତିଦାୟିତ୍ୱବୋଧ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା । “ଏକ ପେଡ୍ ମା’ କେନାମ୍” ବାର୍ତା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସବୁଜ କ୍ୟାଂପସ୍,ସୁସ୍ଥ ପରିବେଶ ଓ ସଚେତନ ସମାଜ ଗଠନର ବାର୍ତା ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଏସ୍ପିଏସ୍ର ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ,ପ୍ରଫେସର ସୁଧୀର କୁମାର ପାଇଡିସାଟି, କ୍ଲାସ୍ କୋ-ଅର୍ଡିନେଟର ଡକ୍ଟର ରୁଦ୍ର ନାରାୟଣ ସାହୁଏବଂ ଏନଏସଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ରାକେଶ ସ୍ୱାଇଁ ଉପସ୍ଥିତ ଥିଲେ । ଏନଏସଏସ୍ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବେ ଯୋଗଦେଇଥିଲେ ।