ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍: ୨ଟି ଦେଇ ବନ୍ୟାଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ ।ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍ ଗେଟ୍ ମଧ୍ୟରୁ ଗୁରୁବାର ସକାଳେ ୩ ପର୍ଯ୍ୟାୟରେ ୧୩ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨ଟି ସ୍ଲୁଇସ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।