ଚୂଡାନ୍ତ ହୋଇନି ଛାତ୍ର ସଂସଦ ନିର୍ବାଚନ ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଏବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ତେବେ ଦଶହରା ଛୁଟି ପୂର୍ବରୁ ହେବ କି ପରେ, ସେ ନେଇ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି । ତଥାପି ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ କେବଳ ଅପେକ୍ଷା ରହିଛି ।ଏହାରି ଭିତରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି । ମନ୍ତ୍ରୀ କହିଛନ୍ତି, ସରକାର କେବେ ବି ଛାତ୍ର ସଂସଦ ନିର୍ବାଚନକୁ ଅଗ୍ରାହ୍ୟ କରିନାହାନ୍ତି। ସୂଚାରୁରୂପେ ନିର୍ବାଚନ କରିବାକୁ ସରକାର ପ୍ରୟାସ ରତ । ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଆଯିବ ଏବଂ ନିର୍ବାଚନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ହିଁ ନେବେ ବୋଲି ସେ କହିଛନ୍ତି। ଏଥିସହ ଏପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

You might also like