ନିଶାସକ୍ତ ଯୁବକଙ୍କ ଜଘନ୍ୟ କାଣ୍ଡ। ବିବାହିତା ମହିଳାଙ୍କୁ ଦୁଷ୍କର୍ମ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ କଲେ ନିଶାସକ୍ତ ଯୁବକ । ମୟୁରଭଞ୍ଜ ବୈଶିଙ୍ଗା ଥାନାରେ ମାମଲା । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗୋଳ ପଞ୍ଚାୟତର ନିମୁଡ଼ିହା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ବୈଶିଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାମୁତାବକ ନିମୁଡ଼ିହା ଗ୍ରାମର ଚନ୍ଦୁ ମୁର୍ମୁଙ୍କ ୩୫ ବର୍ଷୀୟ ପୁଅ କୁଶୁ ମୁର୍ମୁ ନିୟମିତ ନିଶା ସେବନ କରୁଥିବା ଅଭିଯୋଗ ହୋଇଛି ।ଗତ ୨୮ ତାରିଖ ସୋମବାର ମଧ୍ୟାହ୍ନରେ ସେ ନିଶାସକ୍ତ ଅବସ୍ଥାରେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ଘରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଏହି ଘଟଣାକୁ ନେଇ ସେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ୍ ଅଭିଯୁକ୍ତକୁ ଧରିବାରେ ସଫଳତା ମିଳିଥିଲା।

You might also like