ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ

ଦେଶ ଆଜି ପାଳୁଛି ୮୦ ତମ ସ୍ୱାଧୀନତା ଦିବସ। ୧୯୪୭ ମସିହାରେ ସ୍ୱାଧୀନତା ପାଇବା ପରଠାରୁ, ଦେଶର ମୁଖ୍ୟ ଉତ୍ସବ ପ୍ରତିବର୍ଷ ଲାଲକିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଛି। ଲାଲକିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ଅନେକ ଦୃଷ୍ଟିରୁ ଐତିହାସିକ। ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ “ବନ୍ଦେ ମାତରମ୍” ଗାନ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇନାହାନ୍ତି।

You might also like