କାରରେ ଆସି ମିଠା କିଣିଲେ !ଦୋକାନର କ୍ୟାସ୍ ପେଡିରୁ ଟଙ୍କା ଚୋରି କରିନେଲେ ମହିଳା

ଭୁବନେଶ୍ୱର (ରାଜ୍ୟ କାହାଣୀ )କାରରେ ଆସିଲେ, ମିଠା କିଣିଲେ। ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଦୋକାନର କ୍ୟାସ୍ ପେଡିରେ ବୁଲାଇଲେ କଳାକନା। ସିସିଟିଭିରେ କଏଦ ହୋଇଛି କ୍ୟାସ୍ କାଉଣ୍ଟରରୁ ଚୋରି ସମୟର ଦୃଶ୍ୟ। ଘଟଣା ଘଟିଛି ରାଜଧାନୀ ଲିଙ୍ଗିପୁର ଟ୍ରାଫିକ ଛକରେ ଥିବା ଏକ ମିଠା ଦୋକାନରେ।ସିସିଟିଭି ଦୃଶ୍ୟ ଅନୁସାରେ, ଜଣେ ମହିଳା କାର୍‌ରେ ଆସି ଦୋକାନରୁ ମିଠା କିଣିଥିଲେ। ଦୋକାନୀ ମିଠା ପ୍ୟାକ୍ କରିବାରେ ବ୍ୟସ୍ତ ଥିବା ସମୟରେ ମହିଳା ଜଣକ ଦୋକାନରେ ଥିବା ଡ୍ର’ ରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଧଉଳି ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ଧଉଳି ଥାନା ପୋଲିସ । ତେବେ ମହିଳା ଜଣକ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରାୟ ୨ ହଜାର ଟଙ୍କା ଚୋରି ହୋଇଥବା ଦୋକାନୀ କହିଛନ୍ତି।

You might also like