ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲଦଣ୍ଡ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲଦଣ୍ଡ। ଅଦାଲତ ଅବମାନନା ଅଭିଯୋଗରେ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବ୍ୟୁନାଲ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ଜଷ୍ଟିସ୍ ମହମ୍ମଦ ଗୁଲାମ ମୁତର୍ଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।”ଢାକା ଟ୍ୟୁୟୁନ’ ରିପୋର୍ଟ ମୁତାବକ ଜଷ୍ଟିସ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାର ଏହି ମାମଲାର ଶୁଣାଣି କରିଛନ୍ତି । ସୂଚନା ମୁତାବକ ଗତବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ ଲିକ୍ ହୋଇଥିଲା । ଏହି ଅଡିଓ କ୍ଲିପରେ ଶେଖ ହସିନା ଗୋବିନ୍ଦଗଞ୍ଜ ଓପଜିଲ୍ଲା ଚେୟାରମ୍ୟାନ ଶକିଲ ବୁଲବୁଲଙ୍କ ସହ କଥା ହୋଇଥିଲେ । ଏଥିରେ ସେ କହୁଥିଲେ କି ମୋ ବିରୋଧରେ ୨୭୭ ମାମଲା ଦାଖଲ ହୋଇଛି । ତେଣୁ ମୋତେ ଏସବୁ ଲୋକଙ୍କୁ ମାରିବାକୁ ଲାଇସେନ୍ସ ମିିଳିଯାଇଛି । ଏହାପରେ ଶେଖ ହସିନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି। ଦେଶରେ ଚାଲିଥିବା ବିଦ୍ରୋହ ସମ୍ବଧିତ ମକୋଦ୍ଦମାରେ ସାମିଲ ଥିବା ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ଅଦାଲତଙ୍କ ଅବମାନନା କରୁଛନ୍ତି। ଏହି ମାମଲାରେ ଏବେ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବ୍ୟୁନାଲ୍ ଶେଖ ହସିନାଙ୍କୁ ୬ ମାସ ଏବଂ ଶକିଲ ବୁଲବୁଲଙ୍କୁ ୨ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

You might also like