ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧ଟା ୧୦ ମିନିଟ୍ ପର୍ୟ୍ୟନ୍ତ ଗୃହ ମୁଲତବି
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ତେବେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ହଟ୍ଟଗୋଳକୁ ନଜରରେ ରଖି ମଧ୍ୟାହ୍ନ 1 ଘଟିକା 10 ମିନିଟ୍ ପର୍ଯନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ସୂଚନାଥାଉକି, ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ରହିଛି ।