ମେଡିକାଲର ୪ ମହିଲାରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର ( ରାଜ୍ୟକାହାଣୀ )ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଖସିପଡ଼ି ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଦେହୁରୀ (୩୫) ନାମକ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମନୋଜ ଖସି ପଡ଼ିଥିଲେ ନା ଡେଇଁ ଆତ୍ମହତ୍ୟା କରିଛନ୍ତି ସେନେଇ ତନାଘନା ତଦନ୍ତ ଚାଲିଛି। ଦୁଇ ଦିନ ପୂର୍ବରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ।ବିଳମ୍ବିତ ରାତିରେ ହଠାତ୍ ମେଡିକାଲ୍ ର ୪ ମହଲା ଉପରୁ ଡେଇଁ ପଡ଼ିଥିଲେ। ଘଟଣା ପରେ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ଓପିଡିରେ ଭର୍ତ୍ତି କରିଥିଲେ। ତେବେ ଯାଞ୍ଚ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like