ଆଶାକର୍ମୀ ଡାଳିମ୍ବ ନବରଙ୍ଗପୁରର ନାଇଟଆଞ୍ଜେଲ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରୁଥିଲା ଯେଉଁଥିପାଇଁ  ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ମାସେ କି ବର୍ଷେ ନୁହେଁ, ୨୦୦୫ରୁ ନିରବଛିନ୍ନ ଭାବେ ସେବା ଯୋଗାଇବାରେ ସଫଳ ହୋଇଛନ୍ତି । କର୍ତ୍ତବ୍ୟନିଷ୍ଠ କର୍ମ ପାଇଁ ତାଙ୍କୁ କୁହାଯାଉଛି ଉପାନ୍ତର  ନାଇଟଆଞ୍ଜେଲ।ଝରିଗାଁ ବ୍ଲକ ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା । ଆଶା କର୍ମୀ ଭାବେ କାମ କରନ୍ତି । ଗାଁରେ କେହି ଯେମିତି  ରୋଗରେ ପଡିବେନି ସେ ଦିଗରେ ଦିନ ରାତି ଏକ କରୁଛନ୍ତି । ଅନବରତ କାମରେ ଲାଗିଥାନ୍ତି ଡାଲିମ୍ୱ । ନିଜ ପରିବାର କଥା ବି ଭୁଲିଯାଆନ୍ତି । ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟେଇ ଦେଇଥିବା ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରନ୍ତି ସେ । ଯେଉଁମାନେ ଡାକ୍ତରଖାନା ଯିବାକୁ ଅରାଜି ହୁଅନ୍ତି ସେମାନଙ୍କୁ ବୁଝାସୁଝା କରି ସନ୍ତାନ ପ୍ରସବ କରାଇଥାନ୍ତି ହସ୍ପିଟାଲରେ । ଖାଲି ଏତିକି ନୁହେଁ ଗାଁକୁ ମ୍ୟାଲେରିଆ ଓ ଯକ୍ଷ୍ମାମୁକ୍ତ କରିବାରେ ତାଙ୍କହ ରହିଛି ଏକ ପ୍ରମୁଖ ଭୂମିକା ।ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ଭବତୀଙ୍କ ଯତ୍ନ ନେବା ନିୟମିତ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଘରେ ପ୍ରସବ ନ କରିବାକୁ ପ୍ରବର୍ତ୍ତାଇ ସୁରକ୍ଷିତ ମାତୃତ୍ୱର ପ୍ରତଶ୍ରୁତି ଦେଇ   ମେଡ଼ିକାକୁ ନେଇ ପ୍ରସବ କରୁଛନ୍ତି । ତାଙ୍କରଙ୍କ ଏହି ପ୍ରୟାସଯୋଗୁ ଗତ ୧୯ ବର୍ଷ ଧରି ଗାଁର ଗର୍ଭବତୀ ମହିଳା ମୃତ୍ୟୁବରଣ କରି ନ ଥିବା ବେଳେ ଦୁରାରୋଗରେ ପୀଡିତ ରୋଗୀ ସୁସ୍ଥ ହୋଇପାରିଛନ୍ତି । ଡାଲିମ୍ବଙ୍କ ଏହି ଉଦ୍ୟମକୁ ସମ୍ମାନ ଜଣାଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଡାଲିମ୍ବ । ରାଜ୍ୟପାଳଙ୍କ ଠାରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.

7 + 12 =