ଲସ୍କର କମାଣ୍ଡର ଲତିଫ ଭଟ୍ଟକୁ ଏନକାଉଣ୍ଟର, ମସଜିଦରେ ଲୁଚିଥିଲା

ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । କୁଲଗାମ୍‌ରେ ନିହତ ହୋଇଛି ଲସ୍କର-ଏ-ତୋଏବାର ଆତଙ୍କବାଦୀ ତଥା କମାଣ୍ଡର ମହମ୍ମଦ ଲତିଫ୍‌ ଭଟ୍ଟ ।ବୁଧବାର ଜମ୍ମୁ-କାଶ୍ମୀର ସ୍ଥିତ କୂଲଗାମ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଘାଟି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଲଶ୍କର-ଏ-ତୋଏବାର ଟପ୍ କମାଣ୍ଡର ଲତିଫ୍ ଭଟ୍ଟ ଏହି ସ୍ଥାନରେ ଲୁଚିଥିଲା । ତାକୁ କାବୁ କରିବା ପାଇଁ ଜମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ।ସୁରକ୍ଷା ଏଜେନ୍ଶିଙ୍କ କହିବାନୁସାରେ, ଲତିଫ୍ କୂଲଗାମର ଏହି ଅଞ୍ଚଳରେ ଥିବା ଏକ ଘରେ ଲୁଚିଥିଲା । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଲତିଫକୁ ଆତ୍ମ ସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେ ମାନିନଥିଲା । ଶେଷରେ ସେ ପ୍ରାଣ ହରାଇଛି । ଅନ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।ଏହା ପୂର୍ବରୁ ସୋମବାର କୁଲଗାମ୍‌ର ଲାରୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଲତିଫ୍‌ର ସହଯୋଗୀ ଉମର ନିସାର ଡାର ନିହତ ହୋଇଥିଲା । ହେଲେ ସେତେବେଳେ ଲତିଫ୍‌ ଖସି ପଳାଇବାରେ ସଫଳ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଉମର ପ୍ରାୟ ୫ରୁ ୬ ମାସ ଧରି ଲତିଫ୍‌କୁ ଆଶ୍ରୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଆସୁଥିଲା । CRPF ଚେକ୍‌ପୋଷ୍ଟ ଉପରେ ଆକ୍ରମଣ ପୂର୍ବରୁ ଉଭୟ ଅଞ୍ଚଳରେ ରେକି କରିଥିବା ନେଇ CCTV ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଥିଲା । ଖବର ମୁତାବକ, ନଭେମ୍ଵର ୧୧ରେ କୁଲଗାମରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତିନି ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ଏହି ଘଟଣା ପରେ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା ।

You might also like