ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଫା କଲେ ପାଇଖାନା, ମାଜିଲେ ଅଇଣ୍ଠା ବାସନ

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ ହୋଇଛି ଡେଡଲାଇନ୍ । ଡିସେମ୍ୱର ୩ରୁ ଗୁରୁଦ୍ୱାର ଯାଇ କରିଛନ୍ତି ସେବା । ସୂଚନାମୁତାବକ  ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା ‘ତନଖୈୟା’ (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା ।କେବଳ ସୁଖବୀର ବାଦଲ ନୁହଁନ୍ତି ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟଙ୍କୁ ବି ମିଳିଛି ସମାନ ଦଣ୍ଡ । ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିର ସମେତ ଅନ୍ୟ କେତେକ ଗୁରୁଦ୍ଵାରରେ ଶୌଚାଳୟ ସଫା କରିବା ସହ ବାସନ ମଜା ଓ ଅନ୍ୟ କେତେକ ଧାର୍ମିକ ଦଣ୍ଡ ମିଳିଛି । 

Leave A Reply

Your email address will not be published.

twenty − six =