ଓଡିଶା ମାଟିରୁ ବିରୋଧୀଙ୍କୁ କଲେ ଟାର୍ଗେଟ,ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ। 

ଭୁବନେଶ୍ୱର(ରାଜ୍ୟକାହାଣୀ)ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ କରିଛନ୍ତି।ସେ କହିଛନ୍ତି, ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ ମସଲା ଚା ପିଇଥିଲି। ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି। ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି।ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି ହେଲେ ଜନତା ବିଜେପି ସରକାରର କାମକୁ ଦେଖି ତାଙ୍କୁ ଆଶୀର୍ବାଦ ଦେବା ପାଇଁ ମୈଦାନକୁ ଆସନ୍ତି । ନିର୍ବାଚନ ପୂର୍ବରୁ ବଡ ବଡ ପଲିଟିକାଲ ଏକ୍ସପର୍ଟ କହୁଥିଲେ ଓଡିଶାରେ ବିଜେପି ଛିଡା ହୋଇପାରିବନି । ହେଲେ ଯେତେବେଳେ ଫଳାଫଳ ଆସିଲା ଯେଉଁମାନେ ନିଜକୁ ତିସମାର ଖାନ ଭାବୁଥିଲେ ସେମାନେ ଚୁପ ହୋଇଗଲେ । ପିଏମ୍ ମୋଦୀ କହିଛନ୍ତି, ‘ଓଡ଼ିଶାରେ ହିନ୍ଦୀ ଭାଷାରେ ମୋ କଥା କେମିତି ପହଞ୍ଚାଇବି ବୋଲି ଭାବୁଥିଲି, କିନ୍ତୁ ଓଡ଼ିଶାରେ ଭାଷା କେବେ ବି ବାଧକ ହୋଇନି ।’ ପିଏମ୍ ମୋଦୀ କହିଛନ୍ତି, ‘ସିଏମ୍-ପିଏମ୍ ଭାବେ କାର୍ଯ୍ୟ କରିବା ବେଳେ ରାଜନୀତିର ଅନେକ ରଙ୍ଗ ଦେଖିଛି । ରାଜନୀତିରେ ନୀତିରେ ବିରୋଧ ଏକ ସ୍ୱାଭାବିକ ବୋଲି ମୁଁ ବିଶ୍ୱାସ କରେ । କୌଣସି ନିଷ୍ପତ୍ତିକୁ ନେଇ ଭିନ୍ନ ମତ ହୋଇପାରେ । ରାଜନୈତିକ ଦଳ ଜନତାଙ୍କ ପାଖରେ ନିଜ କଥା ପହଞ୍ଚାଇଥାନ୍ତି । ଏଥିପାଇଁ ଅନେକ ମାର୍ଗ ଆପଣାଇଥାନ୍ତି । କିନ୍ତୁ ଗତ କିଛି ମାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭାରତର ସମ୍ୱିଧାନର ଭାଗନାକୁ ଦଳିଚକଟି ଦିଆଯାଉଛି, ଗଣତନ୍ତ୍ରର ସବୁ ମର୍ଯ୍ୟାଦାକୁ ଅସ୍ୱୀକାର କରାଯାଉଛି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ଭାବୁଛନ୍ତି, ସେମାନେ ୧୦ ବର୍ଷ ହେଲା କେନ୍ଦ୍ରର କ୍ଷମତା ହରାଇ ବସିଛନ୍ତି । ଦେଶର ଜନତା ଅନ୍ୟ କାହାକୁ ଆଶୀର୍ବାଦ ଦେଲେ ସହିପାରୁ ନାହାନ୍ତି । ସେଥିପାଇଁ ଜନତାଙ୍କ ଉପରେ ରାଗ ସୁଝାଇବାରେ ଲାଗିଛନ୍ତି । ଲୋକଙ୍କୁ ଭ୍ରମିତ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ମୁଁ ସବୁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଆମକୁ ସବୁସ୍ଥିତିରେ ସତର୍କ ରହିବାକୁ ହେବ । ଲୋକଙ୍କୁ ସଚେତନ କରିବାକୁ ହେବ । ସତ୍ତାର ଭୋକିଲା ଏହି ଲୋକ ଜନତାଙ୍କୁ ମିଛ କହି ଆସୁଛନ୍ତି । 

Leave A Reply

Your email address will not be published.

one × 3 =