ଅଶ୍ଳୀଳ ଫଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢ଼ାଉ 

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ଇଡି । ଅଶ୍ଳୀଳ ଫଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ସାନ୍ତାକ୍ରୁଜସ୍ଥିତ ଘରେ ଇଡି ଚଢ଼ାଉ କରିଛି । ଇଡି ଦ୍ୱାରା ମାମଲା ପଞ୍ଜିକୃତ ହେବା ପରେ ଶୁକ୍ରବାର ସକାଳୁ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି ।ସୂଚନା ଅନୁସାରେ, ଇଡି ପର୍ଣ୍ଣୋଗ୍ରାଫି କଣ୍ଡେଣ୍ଟ ବିତରଣରେ ଅର୍ଥ ହେରଫର ମାମଲାର ତଦନ୍ତ କରିଛି। ଦୀର୍ଘ ଦିନ ହେବ ଇଡି ସ୍କାନରରେ ଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏପରିକି ଏହି ମାମଲାରେ ମଧ୍ୟ ସେ ଜେଲ୍ ଯାଇଥିଲେ।  ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବିଟକଏନ୍ ମାଧ୍ୟମରେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ଇଡି ଏହି ମାମଲାର ଯାଞ୍ଚ କରିଥିଲା । ଏହାପରେ ଅକ୍ଟୋବର ୩ରେ ତଦନ୍ତ ଏଜେନ୍ସି ରାଜ କୁନ୍ଦ୍ରାଙ୍କୁ ଜୁହୁସ୍ଥିତ ବଙ୍ଗଳା ଏବଂ ପୁଣେ ଫାର୍ମହାଉସ୍ ଖାଲି କରିବାକୁ ନୋଟିସ୍ ଦେଇଥିଲା । ଏହି ନୋଟିସ ବିରୋଧରେ କୁନ୍ଦ୍ରା ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲେ । ନଭେମ୍ବର ୨୭ରେ ଇଡି ଚଢ଼ାଉ ପାଇଁ ନୋଟିସ୍ ଜାରି କରିଥିଲା । ତେବେ କୋର୍ଟଙ୍କ ଶୁଣାଣି ହେତୁ ଆଜି ନଭେମ୍ବର ୨୯ରେ ଇଡି ଚଢ଼ାଉ କରିଛି ।

Leave A Reply

Your email address will not be published.

three × two =