ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୋଦି ।  ବିମାନବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ବିପୁଳ ସ୍ୱାଗତ ।ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଜେପି ରାଜ୍ୟସଭା ମନମୋହନ ସାମଲ, ସଂସାଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।ବିମାନବନ୍ଦରରୁ ସିଧା ଲୋକସେବା ଭବନକୁ ଯିବେ ନରେନ୍ଦ୍ର ମୋଦି, ଯେଉଁଠି ଚାଲିଛି ୫୯ ତମ ଡିଜି-ଆଇଜି ସମ୍ମିଳନୀ । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । କାର୍ଯ୍ୟସୂଚୀ ଅନୁସାରେ, ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦର କ୍ୟାମ୍ପସ୍‌ ପାଖରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସଭାକୁ ସମ୍ୱୋଧନ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ରାଜଭବନ ଯିବେ । କିଛି ସମୟ ପରେ ସନ୍ଧ୍ୟା ସାଢ଼େ ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ଦଳୀୟ କାର୍ଯ୍ୟାଳୟରେ ୨ ଘଣ୍ଟା ରହି ସାଂସଦ ଓ ବିଧାୟକଙ୍କ ଆଲୋଚନା କରିବା ସହ ରିପୋର୍ଟ କାର୍ଡ ନେଇପାରନ୍ତି ।   

ଗତ ୫ ମାସରେ ସେମାନଙ୍କ ପ୍ରଦର୍ଶନ ସଂପର୍କରେ ଆଲୋଚନା କରିବେ । ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀଙ୍କ ସହ ରାତ୍ରୀଭୋଜନ ସାରି ରାଜଭବନ ଯାଇ ରାତ୍ରୀଯାପନ କରିବେ । ପିଏମ୍ ମୋଦି ୩୦ ତାରିଖ ସକାଳ ସାଢେ ୮ରୁ ସଂଧ୍ୟା ୮ଟା  ଏବଂ ୧ ତାରିଖ ସକାଳ ସାଢେ ୮ରୁ ଅପରାହ୍ଣ ସାଢେ  ୪ଟା ଯାଏଁ ଡିଜି-ଆଇଜି ସମ୍ମିଳନୀରେ ଉପସ୍ଥିତ ରହିବେ ।  

Leave A Reply

Your email address will not be published.

16 − 16 =