ମାଓବାଦୀ ବିଜା ମାଡବି ଓରଫ୍ ଟିକେସ୍ ର ଆତ୍ମସମର୍ପଣ

ଭୁବନେଶ୍ୱର(ରାଜ୍ୟକାହାଣୀ)କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା କ୍ୟାଡ଼ର ମାଓବାଦୀ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ KKBN ସଙ୍ଗଠନର ବିଜା ମାଡବି ଓରଫ୍ ଟିକେସ୍ । ମାଓବାଦୀ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି ।ପୁଲିସ ଲଗାତାର ଭାବେ କମ୍ବିଂ ଅପରେସନ କରୁଥିବାରୁ ଓ ନକ୍ସଲଙ୍କ ପ୍ରତି ଲୋକଙ୍କ ସମର୍ଥନ କମୁଥିବାରୁ ବିଜା ମାଡ଼ଭି ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସ୍‌ପି ହରିଶ ବି.ସି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।ଆତ୍ମସମର୍ପଣ କରିଥିବା ମାଓବାଦୀର ଘର ଛତିଶଗଡ଼ ସୁକମା ଜିଲ୍ଲାର ମଙ୍ଗଳଗୁଡ଼ା ଗାଁ । ୨୦୧୮ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିଲେ । ମାଓ ସଙ୍ଗଠନ ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ଟିକେସ୍ ସଙ୍ଗଠନ ଛାଡ଼ିଥିିବା କହିଛନ୍ତି କନ୍ଧମାଳ ଏସପି ହରିଶ ବିଶି କହିଛନ୍ତି ।

Leave A Reply

Your email address will not be published.

18 − seventeen =