ଭୁବନେଶ୍ୱର(ରାଜ୍ୟକାହାଣୀ)ଦେଶର ଏକାଧିକ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ, ଯିଏ ଦଳ ଛାଡ଼ିଥିଲେ। ଏହାପରେ ସୁଜିତ କୁମାର ବିଜେପିରେ ଦେଇଥିଲେ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଥିଲେ।