ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି।Sarus crane ଓ Spoonbill ପକ୍ଷୀ, Mouse deer, Bonnet macaque ମାଙ୍କଡ଼, Russell’s vipeR ଏବଂ Red sand boaଭଳି ବିରଳ ସାପକୁ ଦିଆଯାଇ ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କରୁ ଅନେକ ପଶୁପକ୍ଷୀ ଅଣାଯାଇଛି। Golden pheasant, ବିରଳ କୁମ୍ଭୀର, ହରିଣଭଳି କିଛି ବିରଳ ପ୍ରାଣୀ ଅଣାଯାଇଛି। ହାଇଦ୍ରାବାଦରୁ ୧୭ ଜଣିଆ ଟିମ୍ ନନ୍ଦନକାନନ ଆସି ଏସବୁ ଜୀବଜନ୍ତୁ ବଦଳ କରିନେଇଛନ୍ତି।