ଯାତ୍ରା ସ୍ୱର୍ଣ୍ଣମହଲ’ମଞ୍ଚରେ କଳାକାରଙ୍କ ଉପରକୁ ଚେୟାର ମାଡ଼

ଭୁବନେଶ୍ୱର(ରାଜ୍ୟକାହାଣୀ)ସୋର ବିଦୁଠାରେ ଖେଳୁଥିଲା ‘ଯାତ୍ରା ସ୍ୱର୍ଣ୍ଣମହଲ’। ମଞ୍ଚରେ ଯାତ୍ରା ପରିବେଷଣ ବେଳେ ଚେୟାର ମାଡ଼ କଲେ ଦର୍ଶକ । ଯାତ୍ରା ସ୍ୱର୍ଣ୍ଣମହଲ ତିନିରାତି ପାଇଁ ଯାତ୍ରା ପରିବେଷଣ କରିବ । ଗତକାଲି ପ୍ରଥମ ରାତିରେ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ଯାତ୍ରା ପରିବେଷଣ କରାଯାଇଥିଲା ।ନାଟକ ଥିଲା “ସ୍ଵାମୀ ପାଇଁ ପଛେ ନର୍କକୁ ଯିବି”। ଏହି ନାଟକ ଦେଖିବା ପାଇଁ ଖଚାଖଚ୍‌ ଭିଡ ହୋଇଥିଲା। ମେଲୋଡି ଓ ରେକର୍ଡ ଡ୍ୟାନ୍ସ ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ନାଟକ। ଯାତ୍ରା ପ୍ରେମୀ ନାଟକ ଭିତରେ ହଜି ଯାଇଥିଲେ ଓ ଭିଜି ଯାଇଥିଲା। ଏଥିରେ କଳାକାର ଡାଇଲଗ ଡେଲିଭରି ସମୟରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ କରି ତୁମ ଜଗନ୍ନାଥ ମୋ ପାଦ ତଳେ ବୋଲି କହିଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ଜଣେ ଦର୍ଶକ ଓଡ଼ିଆ ଜାତିକୁ ଅବମାନନା ଓ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କୁ ଅପମାନ କରାଯାଇଥିବାରୁ ରାଗିଯାଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ । ଫଳରେ ଯାତ୍ରା ପରିବେଷଣ ବନ୍ଦ ରହିଥିଲା । 

Leave A Reply

Your email address will not be published.

12 + 12 =