ଭାରତର ଚନ୍ଦ୍ର ବିଜୟ

ନୂଆଦିଲ୍ଲୀ(ରାଜ୍ୟକାହାଣୀ): ୧୪୦ କୋଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଯାଇଛି । ମହାକାଶ ଗବେଷଣାରେ ଇତିହାସ ରଚିଛି ଆମ ଦେଶ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ପୃଥିବୀ ପୃଷ୍ଠରୁ ଦୀର୍ଘ ୪୨ ଦିନର ଯାତ୍ରାରେ ୩.୮୪ ଲକ୍ଷ କିମି ଅତିକ୍ରମ କରି ଆଜି ସଂଧ୍ୟା ୬ଟା ୪ ମିନିଟ୍ ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ବିକ୍ରମ ଲ୍ୟାଣ୍ଡର । ଆକଳନ, ଅବଗଣନା, ସମୟ କୌଣସିରେ ତ୍ରୁଟି ହୋଇନାହିଁ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଏହି ସଫଳତାର ସିଧା ପ୍ରସାରଣ ସାରା ବିଶ୍ୱବ୍ୟାପୀ ଦେଖିଛନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ସାରା ଭାରତ ଉତ୍ସବମୁଖର ହୋଇଛି । ସାରା ଭାରତରେ ଆରମ୍ଭ ହୋଇଛି ଚନ୍ଦ୍ର ଅଭିଯାନର ବିଜୟ ଉତ୍ସବ । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଫଳତାରେ ଆତ୍ମ ବିଭୋର ହୋଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

Leave A Reply

Your email address will not be published.

thirteen − 5 =