ନାଗ ତାତିରେ ବିଧାନସଭା ଅଚଳ

ଭୁବନେଶ୍ୱର(ରାଜ୍ୟକାହାଣୀ):ଷୋଡଶ ବିଧାନସଭାର ଏକାଦଶ ବା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହରେ ନାଗ ତାତି ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭ କ୍ଷଣି ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଟେବୁଲ ସମୁଖକୁ ଯାଇ ହୋହାଲ୍ଲା କରିବା ସହ ସରକାର ବିରୋଧୀ ନାରାବାଜି ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏହାସଙ୍ଗକୁ ରାଜ୍ୟ ଚାଷୀ ମାନେ ଧାନ ବିକ୍ରି କରି ନପରି ହଇରାଣ ହେଉଛନ୍ତି ଓ ପ୍ରଶାସନ ସେମାନଙ୍କ କଥାକୁ ଅଣଦେଖା କରୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିରୋଧୀ । ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରୁଥିବା ବେଳେ ଶାସକ ଦଳର ବିଧାୟକମାନେ ମଧ୍ୟ ମଧ୍ୟ ଭାଗରେ ଛିଡା ହୋଇଥିବା ଦେଖାଯାଇଥିଲା । ବାଧ୍ୟ ହୋଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୧୧ଟା ୩୩ମିନିଟ ଯାଏଁ ମୁଲତବୀ ରଖିଛନ୍ତି ।

Leave A Reply

Your email address will not be published.

ten + thirteen =