ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକମାନଙ୍କ ବୈଠକ

ଭୁବନେଶ୍ୱର(ରାଜ୍ୟକାହାଣୀ)ଦୃଷ୍ଟିହୀନ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏକାଠି ବସି ସେମାଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l ସ୍ୱତନ୍ତ୍ର ବିଦ୍ୟାଳୟରେ କାର୍ୟ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଜୀବିକା ଭତ୍ତା ପ୍ରଦାନ କରିବା ଜରୁରୀ କାରଣ ସେମାନଙ୍କ ଅବସର ପରେ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନାହିଁ। ଯଦି କୌଣସି ପ୍ରକାରେ ତାହା ସମ୍ଭବ ନୁହେଁ, ତେବେ ଅନୁଗ୍ରହ କରି ଏହି ଅନୁକମ୍ପା ରାଶିକୁ ୫୦୦୦୦୦ ଟଙ୍କା ସହାୟତା ରାଶିକୁ ୩୦୦୦୦୦୦ ଟଙ୍କାକୁ ପରିବର୍ତନ କରିବାକୁ ଅନୁରୋଧ କରାଯାଇଛି । ଅବସର ପରେ ନିଜର ପାରିବାରିକ ଜୀବନକୁ ବଞ୍ଚାଇ ରଖିବା ପାଇଁ ଏକକାଳୀନ ଆର୍ଥିକ ସହାୟତା ସ୍ୱରୂପ 30,00,000 ଟଙ୍କା ପ୍ରଦାନ କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି ।

ଏହାବ୍ୟତୀତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗକୁ ଅନୁରୋଧ କରାଯାଇଛି ଜେ ସେମାନଙ୍କର ପୂର୍ଣ୍ଣକାଳୀନ ସେବା sampran ପୂର୍ବରୁ ଅକାଳ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କ ପରିବାରବର୍ଗଙ୍କୁ ଅନୁଗ୍ରହ ରାଶି ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରନ୍ତୁ । ରାଜ୍ୟର ସମସ୍ତ ଦୃଷ୍ଟିହୀନ ବିଦ୍ୟାଳୟରେ ୫୦ ପ୍ରତିଶତ ଦୃଷ୍ଟିହୀନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଦୃଷ୍ଟିହୀନ ଛାତ୍ର ଛାତ୍ରୀମାନେ ବ୍ରେଲ୍ ପଦ୍ଧତିରେ ଭଲ ଭାବରେ ଶିକ୍ଷା ଲାଭ କରିପାରିବେ ବୋଲି ସେମାନେ ମତ ଦେଇଛନ୍ତି l ଏହି ନିୟମ ୧୯୯୧ ମସିହା କାର୍ଯ୍ୟକାରୀ ହୋଇଆସୁଥିଲା ଯାହାକି ୨୦୧୩ ମସିହାରେ ଅନୁଦାନ ସହାୟତା ନିୟମରୁ ହଟାଇ ଦିଆଯାଇଥିଲା ।
ଅନ୍ୟମାନଂକ ମଧ୍ୟରେ ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ଶରତ କୁମାର ଦାସ , ଢେଙ୍କାନାଳ ଦୃଷ୍ଟିହୀନ ବିଦ୍ୟାଳୟର ଅଧକ୍ଷ ଦିବାକର ସାହୁ , ଭବନିପାଟଣା ରେଡ଼କ୍ରର୍ଷ ଦୃଷ୍ଟିହୀନ ବିଦ୍ୟାଳୟ ବେଣୁଧର ପଟେଲ , କେନ୍ଦ୍ରାପଡା ଦୃଷ୍ଟିହୀନ ବିଦ୍ୟାଳୟର ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − 9 =