ପାରାଦୀପ୍ କଳିଙ୍ଗ ବାଲିଯାତ୍ରା ଉଦଯାପିତ-ଆସିଲେନି ଅତିଥି , କାରଣ ଖୋଜୁଛନ୍ତି ଲୋକେ

ପାରାଦୀପ୍(ରାଜ୍ୟକାହାଣୀ)ପାରାଦୀପ୍ ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା 2022 ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି | ସାତ ଦିନ ଧରି ଚାଲିଥିବା ଏହି ଐତିହାସିକ ବାଲିଯାତ୍ରା ର ଶେଷ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ ଅନେକ ଅତିଥି ଆସି ନଥିବା ଓ ମଂଚ ଖାଁ ଖାଁ ଦେଖାଯାଉଥିବା ଦର୍ଶକ ମାନଙ୍କୁ ନିରାଶ କରିଛି | ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଥିବା ବେଳେ ପ୍ରୀତି ରଞ୍ଜନ ଘଡାଇ ସମ୍ମାନିତ ଅତିଥି ଭାବେ ଓ ବିଧାୟକ ପ୍ରଶାନ୍ତ ମୁଦୁଲି , ବିଧାୟକ ସମ୍ବିତ୍ ରାଉତରାୟ , ବିଧାୟକ ବିଜୟ ଶଙ୍କର ଦାସ , ବିଧାୟକ ରଘୁନନ୍ଦନ ଦାସ, ସଂସାଦ ଡଃ ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଆସିବାକୁ ସମ୍ମତି ପ୍ରଦାନ କରିଥିବା ଓ ତାଙ୍କ ନାମ ନିମନ୍ତ୍ରଣ ପତ୍ର ରେ ଛପା ଯାଇଥିଲା | କିନ୍ତୁ ରଘୁନନ୍ଦନ ଦାସ ଅସୁସ୍ଥ ଥିବା ଓ ଅନ୍ୟ ଅତିଥି ମାନେ ଆଜି ଆସି ନଥିବା ଦେଖାଯାଇଥିଲା | ଯାହାକୁ ନେଇ ନାନା ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଛି |

ପାରାଦୀପ୍ ର ଦୁଇଜଣ ନେତା ଙ୍କ ଭିତିରି ଅନ୍ତଦ୍ୱନ୍ଦ ଯୋଗୁ କେହି ଆସି ନଥିବା ଓ କେହି କେହି ଅତିଥି ମାନଙ୍କୁ ଜୈନିକ ସ୍ତାନୀୟ ନେତା ମନା କରିଥିବା ମଧ୍ଯ ଆଲୋଚନା ହେଉଛି | ପାରାଦୀପ୍ ଭଳି ଐତିହାସିକ ବାଲିଯାତ୍ରା ର ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ଏଭଳି ପରିସ୍ଛିତି ପାଇଁ ଦୁଇ ଶାସକ ଦଳ ର ନେତା ଙ୍କ ଭିତିରି ଅନ୍ତଦ୍ୱନ୍ଦ ମୁଖ୍ୟ କାରଣ ବୋଲି ଲୋକମାନେ ଆଲୋଚନା କରୁଛନ୍ତି | ଯେଉଁ ବାଲିଯାତ୍ରା ମଂଚ ରେ ଅତିଥି ଭାବେ ଆସିବାକୁ ଓ ଆମ ଓଡ଼ିଆ ଜାତିର ଐତିହ୍ଯ ସଂକୃତି ଉପରେ ଆଲୋଚନା କରିବାକୁ ଦିନେ ନେତା ମନ୍ତ୍ରୀ ଆସିବାକୁ ସ୍ଵତନ୍ତ୍ର ଇଛା ପ୍ରକାଶ କରୁଥିଲେ , ସେଠି ଆଜି ଏଭଳି ପରିସ୍ଥିତି ଉପୁଜିବା ର ମୁଖ୍ୟ କାରଣ ଏବେ କୁଆଡ଼େ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଜା ଯାଉଥିବା ଆଲୋଚନା ହେଉଛି |

ଚଳିତ ବର୍ଷ ବାଲିଯାତ୍ରା ରେ କିଛି ହାତଗଣତି କୁଜି ନେତା ଉପସ୍ଥାପିକା ନିଜ ଇଚ୍ଛା ରେ ଚୟନ କରି ଆଣିବା , ସାଂସ୍କୃତିକ ଦଳ କୁ ନିଜ ଇଚ୍ଛା ମୁତାବକ କୁଆଡେ ଯୋଗଯୋଗ କରି ଆଣିବା ସହ ଏଥିରେ ଢେର୍ ଲାଭ କରିଥିବା ଓ ଷ୍ଟଲ ଗୁଡିକୁ କିଛି ଦଲାଲ୍ ନେଇ ସବଲେଟ କରିବା , ବିଶେଷ କରି କିଛି ମାଫିଆ ମାନେ ଜୁଆ ଷ୍ଟଲ କୁ ପ୍ରୋତ୍ସାହିତ କରି ଆଣି ଏଠାରେ ଦସ ରୁ ଉର୍ଦ୍ଧ ଜୁଆ ଆଡ୍ଡା ଷ୍ଟଲ କରି ଜୁଆ ଖେଳାଇବା ଓ ଲାଇନ ସଂଯୋଗ ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଦେଇ ପ୍ରତିଦିନ ଶହେ ଦୁଇଶହ ଟଙ୍କା ପ୍ରତିଦିନ ରୋଜଗାର କରି ହଜାର ହଜାର ଟଙ୍କା ଉପାର୍ଜନ କରିବା ମଧ୍ଯ ଆଲୋଚନା ହେଉଛି | ଜିଲ୍ଲା ପ୍ରଶାସନ ର ଦାୟିତ୍ଵ ରେ ବାଲିଯାତ୍ରା ଆୟୋଜିତ ହେଉଥିବା ବେଳେ କିଛି କୁଜି ନେତା ଓ ଦଲାଲ ଙ୍କ ହାତବାରିସି ରେ ଚଳିତ ବର୍ଷ ବାଲିଯାତ୍ରା ହୋଇଥିବା ନେଇ ମଧ୍ଯ ଉଠିଛି ପ୍ରଶ୍ନ |

ସବୁଠାରୁ ବଡ କଥା ହେଲା ସରକାରୀ ଭାବେ ଯେତିକି ଷ୍ଟଲ୍ ର ରସିଦ୍ କଟାଯାଇଛି ତାଠାରୁ ଢେର୍ ଅଧିକ ଷ୍ଟଲ୍ ହୋଇଥିବା ମଧ୍ଯ ଆଲୋଚନା ହେଉଛି | ପାରାଦୀପ୍ ର ମୁଖ୍ୟ କର୍ଣ୍ଣଧାର ବାଗ୍ମୀ ତଥା ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ ଙ୍କୁ ମଧ୍ଯ 7 ଦିନ ମଧ୍ୟରେ ଦେଖିବାକୁ ମିଳିଲା ନାହିଁ ଓ ଗତ ବାଲିଯାତ୍ରା କୁ ବେଶ୍ ଉଚ୍ଚ କୋଟୀର କରିଥିବା ତତ୍କାଳୀନ ଜିଲ୍ଲାପାଳ ଯିଏ ଏହି ଜିଲ୍ଲା ର ପୁଅ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ମଧ୍ଯ ଭୁଲିଗଲେ ସମସ୍ତେ | ଏହି ସବୁ ଘଟଣା ର ଉଚସ୍ତରୀୟ ତଦନ୍ତ ହେଲେ ଅନେକ କଥା ପଦାକୁ ଆସିବା ସହ ଅତିଥି ମାନେ କଣ ପାଇଁ ଆସିଲେ ନାହିଁ ଓ ଏହାର ମୁଖ୍ୟ କାରଣ କଣ ତାହା ଜଣା ପଡିଯାନ୍ତା ବୋଲି ଲୋକେ କହୁଛନ୍ତି |

Leave A Reply

Your email address will not be published.

seventeen − fourteen =