ନବୀନଙ୍କ ଜନ୍ମଦିନରେ ଯୁବ ବିଜେଡିର ସେବା ଦିବସ

ଭୁବନେଶ୍ୱର(ରାଜ୍ୟକାହାଣୀ): ନୂତନ ଓଡ଼ିଶାର ବିନ୍ଧାଣୀ,ବିକଶିତ ଓଡ଼ିଶାର ରୂପକାର,ସାଢେଚାରିକୋଟି ଓଡ଼ିଆଙ୍କ ସୁଖଦୁଃଖ ର ସାଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 77ତମ ଶୁଭ ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ “ସେବା ଦିବସ” ରୂପେ ପାଳନ କରାଯାଇଛି। ସେବା ଦିବସ ପାଳନ କରିବା ଅବସରରେ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର,ବୃକ୍ଷ ରୋପଣ,ଅଙ୍ଗଦାନ ଶିବିର,ବିଭିନ୍ନ ଚିକିତ୍ସାଳୟ ରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ର ପ୍ରତିବିମ୍ବ, ‘ସାମାଜିକ ପ୍ରତିବଦ୍ଧତା’ର ନିଦର୍ଶନକୁ ଯୁବ-ଛାତ୍ର ବିଜେଡି ଅଭିନବ ଢ଼ଙ୍ଗରେ ପ୍ରଦର୍ଶନ କରି ସମଗ୍ର ସମାଜ କୁ ଏକ ସାମାଜିକ ବାର୍ତ୍ତା ପ୍ରଦାନ କରିଛି।ଏହି ସାମାଜିକ ପ୍ରତିବିମ୍ବ ସଦୃଶ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରର ସମଗ୍ର ରାଜ୍ଯ ରେ ରକ୍ତଦାନ ଶିବିରମାନ ଆୟୋଜନ କରି ଯୁବ-ଛାତ୍ର ବିଜେଡି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି।

ଗୋଟିଏ ଦିନରେ ସର୍ବମୋଟ 16983 ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରାଜନୈତିକ ଦଳ ଭାବରେ ସର୍ବକାଳୀନ ରେକର୍ଡ଼ ହାସଲ କାରିବାର ଗୌରବ ଅର୍ଜନ କରିପାରିଛି। ଫଳସ୍ଵରୂପ ସମଗ୍ର ରାଜ୍ୟର 16983 ଜୀବନ କୁ ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତ୍ର “ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ” ର ବାର୍ତ୍ତା ଚରିତାର୍ଥ ହୋଇପାରିଛି ।ବିଜୁ ଜନତା ଦଳ “କଥା ରେ ନୁହେଁ, କାମ ରେ ବିଶ୍ବାସ କରେ” ବୋଲି ରେକର୍ଡ ସଂଖ୍ୟକ 16983 ୟୁନିଟ୍ ରକ୍ତ ସଂଗ୍ରହ ହିଁ ଆଜି ପୁନର୍ବାର ପ୍ରମାଣିତ କରିଦେଇଛି। ମୁଖ୍ୟମନ୍ତ୍ରୀଙ୍କ “ସାଢ଼େ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର” ଉକ୍ତିକୁ ପ୍ରତ୍ୟେକ ଯୁବ-ଛାତ୍ର ନିଜର ଆଦର୍ଶ ଭାବେ ଗ୍ରହଣ କରି ସାଢ଼େ ଚାରିକୋଟି ଓଡିଆଙ୍କ ମୁଖିଆଙ୍କୁ ତାଙ୍କର ଶୁଭ ଜନ୍ମଦିନ ଅବସର ରେ ରାଜ୍ୟବାସୀଙ୍କ ପାଇଁ 16983 ୟୁନିଟ୍ ରକ୍ତ ସଂଗ୍ରହ କରି ଯେଉଁ ସାମାଜିକ ଉପହାର ସମର୍ପି ଦେଇଛନ୍ତି, ଏହା ନିଶ୍ଚିତ ଭାବେ ଓଡିଶାର ଇତିହାସ ରେ ଲିପିବଦ୍ଧ ହୋଇ ରହିବ।ସମଗ୍ର ରାଜ୍ଯରେ ଏହି ଐତିହାସିକ “ସେବା ଦିବସ” କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ(ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ତଥା ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ପ୍ରତ୍ୟକ୍ଷ ପରିଚାଳନା କରିଥିଲେ।।

Leave A Reply

Your email address will not be published.

1 × 3 =