ଶ୍ରୀତମଙ୍କ ମୃତ୍ୟୁକୁ ପୁରିଲା ପାଞ୍ଚ ଦିନ:ଏଯାଏଁ ମିଳିନି ସ୍କୁଲ ବ୍ୟାଗ୍ ଓ ଖାତା ବହି

ନାଉଗାଁ(ରାଜ୍ୟକାହାଣୀ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ସୁଧକଁଠି କମଳ ଲୋଚନ ହାଇସ୍କୁଲ ର ନବମ ଶ୍ରେଣି ଛାତ୍ର ଶ୍ରୀତମ ନାୟକ ଙ୍କ ମୃତ୍ୟୁ ଘଟଣା ଏବେ ଅଧିକ ସନ୍ଦେହ ଘେରକୁ ଆସିଛି | ମୃତ୍ୟୁ ଘଟଣା କୁ ପାଞ୍ଚ ଦିନ ପୁରିଥିବା ବେଳେ ପୋଲିସ ଏବେ ବି ତାର ପିନ୍ଧା ଗଞ୍ଜି ଓ ସ୍କୁଲ ବ୍ୟାଗ୍ ଖାତା ବହି ପାଉନଥିବା ଜଣାପଡିଛି | ଶ୍ରୀତମ କୁ କିଏ ମେଡିକାଲ ନେଲା ଓ ମେଡିକାଲ୍ ବେଡ୍ କୁ ନନେଇ ରାସ୍ତା ମଝୀ ରେ କଣ ପାଇଁ ଥୋଇ ପଳାଇ ଆସିଥିଲେ ତାହା ଏବେ ତଦନ୍ତ ସାପେକ୍ଷ | ଯାହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲ୍ଲା ସଭାପତି ସୁବ୍ରତ ଦାସ ଜାତୀୟ ମାନବାଧିକାର କମିସନ ଓ ପୋଲିସ ଡିଜି ଙ୍କ ପାଖରେ ଅଭିଯୋଗ କରିଛନ୍ତି |

ଶ୍ରୀତମ ସ୍କୁଲ କୁ ଛୁଟି ଦିନରେ ଟିଉସନ ଯାଇଥିବା ଓ ସ୍କୁଲ ର ଦାୟିତ୍ଵ ରେ ଥିବା ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ଙ୍କ ପାଖରେ ତାଙ୍କର ତିନିଜଣ ସହପାଠୀ ଙ୍କ ସହ ସକାଳେ ଟିଉସନ୍ ହୋଇଥିବା ବେଳେ ସେ ସ୍କୁଲ ହତା ଭିତରେ କିଭଳି ସାଙ୍ଗ ଓ ବାହାର ତିନିଜଣ ପିଲା ଙ୍କ ସହ କ୍ରିକେଟ ଖେଳିଲେ ଓ ସମ୍ପୃକ୍ତ ଶିକ୍ଷକ କିଭଳି ତାଙ୍କୁ ଘରକୁ ନଯାଇ କ୍ରିକେଟ ଖେଳିବା ପାଇଁ ବାରଣ କଲେ ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଖେଳ ମଧ୍ୟରେ ଏଭଳି କଣ ହେଲା ଯେ ଶ୍ରୀତମ ନାୟକ ଙ୍କ ମୃତ୍ଯ ପର୍ଯ୍ୟନ୍ତ କଥା ଗଲା ଓ ତାଙ୍କୁ ସମ୍ପୃକ୍ତ ଶିକ୍ଷକ କଣ ପାଇଁ ମେଡିକାଲ ଆଣିଲେ ନାହିଁ ଏବଂ ଅନ୍ୟ ଜଣେ ବାହାର ପିଲା ତାଙ୍କୁ ଏକ ଗାଡି ରେ ଆଣି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କଦମ୍ବ ଗଛ ମୂଳରେ ଶୁଆଇ ଚାଲିଗଲେ ତାହା ବି ବଡ ଚର୍ଚାର ବିଷୟ ପାଲଟିଛି |

ଶ୍ରୀତମଙ୍କ କାନ ମୁଣ୍ଡା ତଳେ ଦାଗ କିଭଳି ହେଲା ଓ ତାଙ୍କ ବେକ କିଭଳି ଫୁଲିଗଲା ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ସମ୍ପୃକ୍ତ ଶିକ୍ଷକ ବିଜୟ କୁମାର ସାହୁ ଏ ସବୁ ଘଟଣା ଜାଣି ସୁଦ୍ଧା ତାଙ୍କ ପରିବାର କୁ ଖବର ନଦେବା ଓ ମେଡିକାଲ୍ ନଯିବା ତାଙ୍କ ଦାୟିତ୍ଵହୀନତା ର ଏକ ସ୍ପଷ୍ଟ ପ୍ରମାଣ ଦେଉଥିବା ଅଭିଯୋଗ ହେଉଛି | ସ୍କୁଲ ଭିତରେ କାହା ଅନୁମତି ରେ ସମ୍ପୃକ୍ତ ଶିକ୍ଷକ ଦିନ ରାତି ରହୁଥିଲେ ଓ ସ୍କୁଲ ଭିତରେ ଟିଉସନ୍ ମଧ୍ଯ କରୁଥିଲେ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସବୁଠାରୁ ବଡ କଥା ହେଉଛି ସ୍କୁଲ ଭିତରକୁ ମିତ୍ତଲ ଓ ଅନ୍ୟ ଦୁଇଜଣ ଯୁବକ ଗଲେ କିପରି , ତାଙ୍କୁ ସ୍କୁଲ ଭିତରକୁ ଯିବାକୁ ଶିକ୍ଷକ କିଭଳି ଅନୁମତି ଦେଲେ ତାହା ମଧ୍ଯ ଏବେ ତଦନ୍ତ ସାପେକ୍ଷ | ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲ୍ଲା ସଭାପତି ସୁବ୍ରତ ଦାସ ଜାତୀୟ ମାନବାଧିକାର କମିସନ ଓ ପୋଲିସ ଡିଜି ଙ୍କ ନିକଟରେ ଏକ ସ୍ଵତନ୍ତ୍ର ଟିମ୍ ମାଧ୍ୟମରେ ତଦନ୍ତ କରାଇବା ପାଇଁ ଦାବି କରିଥିବା ବେଳେ, ଦୋଷୀ ଙ୍କୁ ଉଚିତ୍ ଦଣ୍ଡ ବିଧାନ କରିବା ପାଇଁ ଶ୍ରୀତମ ର ଗ୍ରାମ ଲୋକ ଓ ପରିବାର ଦାବି କରିଛନ୍ତି |

Leave A Reply

Your email address will not be published.

18 − 9 =