ଶ୍ରୀତମଙ୍କ ମୃତ୍ୟୁ ଘଟଣାରେ ଏସଡିପିଓଙ୍କ ତଦନ୍ତ ଆରମ୍ଭ

ନାଉଗାଁ(ରାଜ୍ୟକାହାଣୀ): ବିଦ୍ୟାଳୟ ପରିସରରେ ଛାତ୍ର ଶ୍ରୀତମ ନାୟକଙ୍କ ମୃତ୍ୟୁ ଘଟଣା ଏବେ ଅଧିକ ଘନୀଭୂତ ହେବାରେ ଲାଗିଛି । ଏପରି ଏକ ହୃଦୟ ବିଦାରକ ଘଟଣା ଗତକାଲି ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ଥାନା ଅଧୀନ ଶୁଦ୍ଧକଣ୍ଠିକମଳ ଲୋଚନ ବିଦ୍ୟାଳୟ ପରିସର ମଧ୍ୟରେ । ସୂଚନା ନେବାରୁ ଜଣାଜାଏ ଜେ ଘୋଡାନ୍ସ ଗ୍ରାମର ସୁଜିତ ନାୟକଙ୍କ ପୁଅ ଶ୍ରୀତମ ନାୟକ ଗତକାଲି ଟିଉସନ ହେବା ପାଇଁ କମଳଲୋଚନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ନିକଟକୁ ଯାଇଥିଲେ ଓ ଟିୟୁସନ ଅଧାରୁ ଶିକ୍ଷକଙ୍କ ଦାୟତ୍ୱହୀନତା ଯୋଗୁ ଶ୍ରୀତମ ଓ ତାଙ୍କର ତିନିଜଣ ସାଙ୍ଗ ବିଦ୍ୟାଳୟ ପରିସରରେ ପାଠଛାଡି କ୍ରିକେଟ ଖେଳ ଆରମ୍ଭ କରିଥିଲେ । କ୍ରିକେଟ ଖେଳରୁ ଶ୍ରୀତମଙ୍କ ସହିତ ତିନିଜଣ ସାଙ୍ଗଙ୍କ ପ୍ରଥମେ ବଚସା ପରେ ହାତାହାତି ଘଟିଥିଲା । ଯାହା ଫଳରେ ଶ୍ରୀତମଙ୍କ ମୃତ୍ୟୁହୋଇ ଥିବା ଓ ଘଟଣାକୁ ଚପେଇ ଦେବାକୁ ଜାଇ ସାଙ୍ଗମାନେ ପାଖରେ ଥିବା ଏକପୋଖରୀ ଶ୍ରୀତମକୁ ଫୋପାଡ଼ି ଦେଇଥିବା ତାଙ୍କ ପରିବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ନାଉଗାଁ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଶବକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଥିଲେ ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏହି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କିଭଳି ଛୁଟିଦିନରେ ପିଲାମାନଙ୍କୁ ଟିୟୁସନ କରୁଥିଲେ ଯଦି କରୁଥିଲେ ତେବେ କିଭଳି ପ୍ରଧାନଶିକ୍ଷକଙ୍କ ଏତେ ଦାୟତ୍ୱ ହୀନତା ପାଇଁ ନିରୀହ ଶ୍ରୀତମ ଜୀବନ ହାରିଲେ ତାହା ଏଵେ ତଦନ୍ତ ସାକ୍ଷେପ । ତେବେ ଶ୍ରୀତମ ମୃତ୍ୟୁ ଘଟିବା ଜନୈକ ଯୁବକ ବିଦ୍ୟାଳୟକୁ କଣ ପାଇଁ ଯାଇଥିଲେ ଓ ସେ ପିଲାଙ୍କ ସହିତ କ୍ରିକେଟ ଖେଳୁଥିଲେ କି ନାହିଁ ତାହା ଏବେ ସାଧାରଣରେ ଆଲୋଚନା ହେବାରେ ଲାଗିଛି । ଶ୍ରୀତମଙ୍କ କାନମୁଣ୍ଡାତଳେ ଦାଗଥିବା ଓ ତାଙ୍କ ବେକ ଫୁଲିଥିବା ତାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଥିବାବେଳେ ଆଜି ଘଟଣାର ଅଧିକ ତଦନ୍ତ କରିବା ପାଇଁ ସୁଧକଁଠିବିଦ୍ୟାଳୟରେ ପହଂଚିଛନ୍ତି ଜଗତସିଂହପୁର ଏସଡିପିଓ ରମେଶ ସିଂ ଜ୍ଝ ଘଟଣାର ଅଧିକ ଛାନଭିନ କରିବା ସହିତ ସମ୍ପୃକ୍ତ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ମଧ୍ୟ ପଚରା ଉଚରା କରିଥିବା ଜଣାପଡିଛି । ଏବେବି ଶ୍ରୀତମଙ୍କ ପିନ୍ଧା ଗଞ୍ଜି ଓ ବ୍ୟାଗ ମିଳୁନଥିବା ଶ୍ରୀତମଙ୍କ ମୃତ୍ୟୁ ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଦେଇଛି ।

Leave A Reply

Your email address will not be published.

seventeen − fourteen =