କଳିଙ୍ଗ ଜ୍ୟୋତି ସେବା ସଂଗଠନ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର(ରାଜ୍ୟକାହାଣୀ)ଭୁବନେଶ୍ୱର ପାତ୍ରପଡାଠାରେ ଥିବା କଳିଙ୍ଗ ଜ୍ୟୋତି ସେବା ସଂଗଠନର କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଦେଶ ସ୍ୱାଧୀନତା ପାଳନ କରୁଥିବା ବେଳେ ସମାଜସେବା ମାଧ୍ୟମରେ ଦଳିତ ,ଗରିବ ଏବଂ ପଛୁଆବର୍ଗ ର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିଯିବା ଜରୁରୀ ,ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର କୁ ଯୁବପିଢୀ ଅନୁସରଣ କରିପାରିଲେ ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ ବୋଲି ସଂଗଠନର ନିର୍ଦ୍ଦେଶକ ମଧୁସୂଦନ ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ ଦୃଷ୍ଟିବାଧିତ ବ୍ୟକ୍ତି ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ସଂଗଠନର ନିର୍ଦ୍ଦେଶକ ମଧୁସୂଦନ ସାହୁ ଏହି କାର୍ଯ୍ୟକର୍ମ ରେ ପୌରହିତ୍ୟ କରିବା ସହ ସଂଗଠନ ର ସଭାପତି ସନ୍ତୋଷ କୁମାର ବେହେରା , ଉପନିର୍ଦେଶକସଞ୍ଜୟ କୁମାର ସାହୁ ,ସହ ସମ୍ପାଦକ ଦେବଦତ୍ତ ମହାନ୍ତି ତଥା ରଞ୍ଜୁଶ୍ରୀ ମହାନ୍ତି , ସୁଜାତା ସାହୁ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ରବିନ୍ଦ୍ରନାଥ ସାହୁ , ଦିଲ୍ଲୀପ କୁମାର ମହାନ୍ତି , ଲତିକା ମଞ୍ଜରି କର , ଶ୍ୟାମସୁନ୍ଦର ସାହୁ , ବିରଞ୍ଚି ନାରାୟଣ ସାହୁ ଦୀପକ କୁମାର ବେହେରା ଆଦି ଉପସ୍ଥିତ ରହି କାର୍ଯ୍ୟକର୍ମ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × four =