ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ପାଇଁ ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ

ଭୁବନେଶ୍ୱର(ରାଜ୍ୟକାହାଣୀ)ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦୌପ୍ରଦୀ ମୁର୍ମୁ ଆସୀନ ହେବା ପରେ ଦୌପ୍ରଦୀ ମୁର୍ମୁଙ୍କୁ ଶୁଭେଚ୍ଛା , ସମ୍ବର୍ଦ୍ଧନା ଓ ଧନ୍ୟବାଦ ଦେଵା ପରେ ବାଚସ୍ପତିଙ୍କ ନେତୃତ୍ୱରେ ଏକ ବିଧାୟକ ଦଳ ରାଇସିନା ଯିବ। ଏ ନେଇ ଆଜି ସରକାରୀ ଦଳ ପକ୍ଷରୁ ଆଗତ ଏକ ସଂକଳ୍ପକୁ ଗୃହୀତ କରିଛନ୍ତି ବାଚସ୍ପତି। ଆଜି ଅପରାହ୍ନ ଅଧିବେଶନ ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କିତ ଏକ ସଂକଳ୍ପ ଗୃହରେ ଆଗତ କରାଇଥିଲେ। ଦେଶର ସର୍ବୋଚ୍ଚ ଆସନରେ ଦୌପ୍ରଦୀ ମୁର୍ମୁ ଅଭିହିତ ହେବା ପରେ ଓଡିଶା ପାଇଁ ଗର୍ବ ଓ ଗୋୖରବ ଆଣିଦେଇଛି। ତେଣୁ ବିଧାନ ସଭା ପକ୍ଷରୁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ବିଧାୟକ ମାନେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦେବା ପ୍ରସଙ୍ଗ ବିଚାର କାରିବେ ବୋଲି କହିଛନ୍ତି ବାଚସ୍ପତି।

Leave A Reply

Your email address will not be published.

6 − five =