୧୪ ପତ୍ନୀର ଡାକ୍ତର ସ୍ୱାମୀ ଗିରଫ

ଭୁବନେଶ୍ୱର(ରାଜ୍ୟକାହାଣୀ)ମିଛ ପରିଚୟ ଦେଇ ଜଣ ଜଣ କରି ୧୪ ଜଣ ମହିଳାଙ୍କୁ ବିବାହ କରିବା ଓ ସେମାନଙ୍କୁ ଠକିବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ଡାକ୍ତରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କେନ୍ଦ୍ରାପଡା ପାଟକୁରା ଅଂଚଳର ରମେଶ ଚନ୍ଦ୍ର ସ୍ୱାଇଁ ଓରଫ ଡାକ୍ତର ବିଧୁପ୍ରକାଶ ସ୍ୱାଇଁ (୫୪) । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ।

ପୋଲିସ ସୂଚନା ଅନୁସାରେ, ୨୦୨୧ ଜୁଲାଇ ୫ ତାରିଖରେ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ରମେଶ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର‌୍ୟ୍ୟ ସମାଜ ମଣ୍ଡଳ, ଜନକପୁରୀରେ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ୱର ଆଣି ରଖିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହା ପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି। ତେଣୁ ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ।

ଏହି ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କ୍ୱାଡ ସହାୟତାରେ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଖଣ୍ଡଗିରିର ଏକ ଭଡାଘରରୁ କାବୁ କରାଯାଇ ଗିରଫ କରାଯାଇଇଛି ଓ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତ କୌଣସି ଗୋଟିଏ ସ୍ଥାନରେ ନ ରହି ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ଏବଂ ଅଧିକାଂଶ ସମୟରେ ଗୁଆହାଟୀ, ଆସାମରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ।

Leave A Reply

Your email address will not be published.

17 + fifteen =