ବଜେଟ୍ ୨୦୨୨-୨୩ :ପିଏମ୍ ଗତି ଶକ୍ତି ଉପରେ ଗୁରତ୍ୱ

ଭୁବନେଶ୍ୱର(ରାଜ୍ୟକାହାଣୀ)ଚଳିତ ବଜେଟରେ ବିଭିନ୍ନ ନୂଆ ଯୋଜନା ରହିଛି । ପିଏମ୍ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ୮ଟି ନୂଆ ରୋପୱେ ତିଆରି ହେବ । ୨୦୨୨-୨୩ରେ ୮୦ ଲକ୍ଷ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୪୮ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ‘ହର ଘର ନଳ’ ଯୋଜନାରେ ୬୦ ହଜାର କୋଟି ଖର୍ଚ୍ଚ ହେବ । ଏହି ଯୋଜନାରେ ୫ କୋଟି ୫୦ ଲକ୍ଷ ଘରକୁ ସୁବିଧା ମିଳିବ ।

ଡାକ ଘରେ କୋର ବ୍ୟାଙ୍କିଂ ସେବା । ଡାକଘରେ ମଧ୍ୟ ଏଟିଏମ୍ ସୁବିଧା ମିଳିବ । ୨୦୨୨ରେ ଦେଶରେ ୫ଜି ସେବା ଆରମ୍ଭ ହେବ । ଗାଁରେ ମିଳିବ ବ୍ରଡବ୍ୟାଣ୍ଡ ସେବା ମିଳିବ । ମହିଳା ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା । ବିଦ୍ୟୁତ ଚାଳିତ ବାହନ ପାଇଁ ଚାର୍ଜିଂ ଷ୍ଟେସନ୍ ବ୍ୟବସ୍ଥା ରହିବ । ୨୦୨୨-୨୩ରେ ଡିଜିଟାଲ କରେନ୍ସିଂ ଆରବିଆଇ ଲଞ୍ଚ କରିବ ।

ଚଳିତ ବର୍ଷ ସାଧାରଣ ବଜେଟରେ ଚାଷୀ ଆଉ ଚାଷକୁ ଗୁରୁତ୍ୱ ଦିଆଯାଇଛି । କୃଷି କ୍ଷେତ୍ରରେ ଜଡିତ ଅନେକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଚାଷୀଙ୍କଠୁ ଅଧିକ ପରିମାଣରେ ଧାନ ଏବଂ ଗହମ କିଣିବା ଲକ୍ଷକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସବୁଠୁ ବଡ କଥା ହେଲା କୃଷି ସେକ୍ଟରରେ ଡ୍ରୋନର ବ୍ୟବହାର କରାଯିବା ନେଇ ଘୋଷଣା କରାଯାଇଛି ।

ସରକାରଙ୍କ ଘୋଷଣା ଅନୁସାରେ, ୧୬୩ଲକ୍ଷ ଚାଷୀଙ୍କଠୁ ୧୨୦୮ ମ୍ୟାଟ୍ରିକ୍ ଟନ ଗହମ ଏବଂ ଧାନ କିଣିବା ପାଇଁ ଯୋଜନା ରଖାଯାଇଛି । ଏମଏସପି ବାବଦକୁ ସର୍ବାଧୀକ ଟଙ୍କା ଦିଆଯିବ । ରସାୟନିକ ସାର ଉପରେ ଥିବା ନିର୍ଭରଶିଲତାକୁ ହ୍ରାସ କରାଯିବ । ଏହାସହିତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କରାଯିବ । କୃଷକମାନେ ପ୍ରାକୃତିକ ଚାଷ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଏବଂ ଏମଏସଏମିଗୁଡିକୁ ନେଇ ଏକ ବିଶୃତ ପ୍ୟାକେଜ୍ ଉପସ୍ଥାପନ ହେବ । ଏମଏସଏମି କ୍ଷେତ୍ରରେ ୩ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହୟତା ଯୋଗାଇ ଦିଆଯିବ । ଗଙ୍ଗା ନଦୀ ଆଖପାଖରେ ଥିବା ଜମିରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ସାମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି, ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ଏହା ଭିତରେ ଏଲଆଇସିର ଆଇପିଓ ଆଣିବାକୁ ପ୍ରସ୍ତୁତି ସରିଛି । ଯୋଜନା ଅନୁସାରେ ଏଲଆଇସିର ବିନିବେଶ ହେବ । ହୋଟେଲ ବ୍ୟବସାୟ ସମସ୍ୟା ଭିତରେ ଗତି କରୁଛି । ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଡିଜିଟାଲ କରେନ୍ସି ଲଞ୍ଚ କରିବ ଆରବିଆଇ ।

ଏହାଛଡା ଅର୍ଥମନ୍ତ୍ରୀ କହିଛନ୍ତି ଟିକସ ନ ବଢାଇବା ସାଧାରଣ ଲୋକଙ୍କ ପାଇଁ ସବୁଠୁ ବଡ ରିହାତି । ଗତ ଦୁଇ ବର୍ଷ ହେବ ଆମେ ମହାମାରୀରେ ଜଡସଡ ହେଉଛେ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ଟିକସ ବଢାଇବା ପକ୍ଷରେ ନଥିଲେ । ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦିଦେଇ ଟଙ୍କା ରୋଜଗାର କରିବାକୁ ସରକାର ଚେଷ୍ଟା କରିନାହାନ୍ତି । ଏହାସହ ସୀତାରମଣ କହିଛନ୍ତି, ଇନଫ୍ରାଷ୍ଟ୍ରକଚର ପାଇଁ ଖର୍ଚ୍ଚ ହେବ ୫.୫ ଲକ୍ଷ କୋଟି ଟଙ୍କା । ଏହାଫଳରେ ରୋଜଗାରର ବାଟ ଫିଟିବ । ଦେଶର ଅଭିବୃଦ୍ଧି ହାର ମଧ୍ୟ ବୃଦ୍ଧି ପାଇବ ।

Leave A Reply

Your email address will not be published.

5 × 4 =