ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର(ରାଜ୍ୟକାହାଣୀ) ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ ମାଧ୍ୟମରେ କେନ୍ଦ୍ର ସରକାର କିଛି ରାଷ୍ଟାୟତ ବ୍ୟାଙ୍କ ଗୁଡିକୁ ଘରୋଇକରଣ ନିଷ୍ପତିକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛିି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ । ଏହାଦ୍ୱାରା ରାଜ୍ୟର ୪ ହଜାର ଏବଂ ସର୍ବଭାରତୀୟ ସ୍ତରରେ ୨୧ ହଜାରରୁ ଅଧିକ ବ୍ୟାଙ୍କ ଶାଖା କାମ ପ୍ରଭାବିତ ହେବ ।

ଏହି ଧର୍ମଘଟରେ କିଛି ନିର୍ଦିଷ୍ଟ ପୁରୁଣା ଘରୋଇ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ସେହି ବ୍ୟାଙ୍କଗୁଡ଼ିକର ଶାଖା ବନ୍ଦ ରହିବାର ଆଶଙ୍କା ରହିଛି । କିନ୍ତୁ ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକ ଯେହେତୁ ୟୁନିଅନ୍‌ର ଅଂଶ ନୁହନ୍ତି, ତେଣୁ‌ ସେମାନଙ୍କ ଶାଖାଗୁଡ଼ିକରେ କାରବାର ସ୍ବାଭିବକ ରହିଛି । ୟୁଏଫ୍‌ବିୟୁର ଓଡ଼ିଶା ରାଜ୍ୟ ୟୁନିଟ୍ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ କରିବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବିରୋଧରେ ଜନ ଆନ୍ଦୋଳନ ହେବ । ଘରୋଇକରଣର ଅର୍ଥ ହେଉଛି ଜନ ସାଧାରଣଙ୍କ ସଞ୍ଚୟକୁ ବିପନ୍ନ କରିବା ଓ ଚାକିରି ଓ ଚାକିରିର ନିରାପତ୍ତା ଉପରେ ଆକ୍ରମଣ କରିବା । ୟୁନିଅନ୍ ପକ୍ଷରୁ ବ୍ୟାଙ୍କିଙ୍ଗ୍ ଆଇନ ବିଲ୍ ୨୦୨୧କୁ ବିରୋଧ କରାଯାଇଛି । ଏହି ଆନ୍ଦୋଳନରେ ରାଜ୍ୟର ୨୧ ହଜାର ଏବଂ ସାରା ଦେଶରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.

two × two =