ଭୁବନେଶ୍ୱର:(ରାଜ୍ୟକାହାଣୀ) ସିଡିଏସ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ। ନୂଆ ସ୍ଥାୟୀ ସିଡିଏସ ନିଯୁକ୍ତି ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ଜେନେରାଲ ନରଓ୍ବାଣେ। ନିୟମ ଅନୁସାରେ ସିଡିଏସଙ୍କ ଅନୁପସ୍ଥିତିରେ ତିନି ସେନାର ମୁଖ୍ୟଙ୍କ ମଧ୍ୟରୁ ଯିଏ ବରିଷ୍ଠ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ। ସେହି ଦୃଷ୍ଟିରୁ ଜେନେରାଲ ନରଓ୍ବାଣେଙ୍କୁ ଏହି ଗୁରୁର ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଜେନେରାଲ ନରଓ୍ବାଣେ ଚିଫ ଅଫ ଡିଫେନ୍ସ ଷ୍ଟାଫ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି।