ଭୁବନେଶ୍ୱର(ରାଜ୍ୟକାହାଣୀ)ଉତ୍ତରପ୍ରଦେଶ ରାଏବରେଲୀର ଏକ ବାହାଘରର ଦୃଶ୍ୟ। ବାହାଘରରେ ସିଆରପିଏଫ ଯବାନ ମାନେ କଣ କରୁଛନ୍ତି ଜାଣିବା ପାଇଁ ଆପଣମାନଙ୍କୁ ଟିକେ ପଛକୁ ଫେରିବାକୁ ପଡ଼ିବ।
ଦକ୍ଷିଣ କାଶ୍ମୀରର ପୁଲୱାମାରେ ଡ୍ୟୁଟି କରୁଥିବା ବେଳେ ଗତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଯବାନ ଶୈଳେନ୍ଦ୍ର ପ୍ରତାପ ସିଂ ଶହୀଦ ହୋଇଥିଲେ। ଦୁଇଦିନ ତଳେ ତାଙ୍କ ଭଉଣୀ ବାହାଘର ଥିଲା। ନିଜ ଏକମାତ୍ର ପୁଅକୁ ହରାଇ ଶୈଳେନ୍ଦ୍ରଙ୍କ ବାପା ଭାଙ୍ଗିପଡିଥିବା ବେଳେ ହଠାତ ତାଙ୍କ ଘରେ ପହଞ୍ଚି ଯାଇଥିଲେ ସାଥି ଯବାନ ମାନେ। ବାହାଘରରେ ବଡ଼ ଭାଇ, ବଡ଼ ପୁଅର ଭୂମିକା ଯାହା ସେମାନେ ତୁଲାଇଥିଲେ ।
କେତେ ସୁନ୍ଦର କଥାଟିଏ କହିଲେ! ଘଟଣାସ୍ଥଳରେ ଯେଉଁ ଭାବାତ୍ମକ ପରିବେଶ ସୃଷ୍ଟି ହୋଇଥିବ, ଏ ଦୃଶ୍ୟ ଦେଖିଥିବା ଲୋକଟିଏ ବେଶ ଅନୁଭବ କରିଥିବ। ସମ୍ବେଦନଶୀଳତା, ଉଦାରବୋଧ, ପାରସ୍ପରିକ ସହଯୋଗ ଆମ ପରିଚୟ । ଏସବୁ ଗୁଣ ପ୍ରତିଟି ଭାରତୀୟଙ୍କ ଅସ୍ଥିମଜ୍ଜାରେ ମିଶି ରହିଛି। ସମୟ ସହ ଆମେ ଯାହା ଏସବୁକୁ ବିସ୍ମରି ଯାଉଛେ । ସେ ବାହାଘରରେ ଭାଗ ନେଇଥିବା ପ୍ରତିଟି ଯବାନ ପ୍ରଶଂସାର ପାତ୍ର ନିଶ୍ଚୟ ।