ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ ଉଦଘାଟିତ

ଭୁବନେଶ୍ୱର:(ରାଜ୍ୟକାହାଣୀ)ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପି ୨୦୨୧ -୨୨ ଆଜି କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ୱେଟଲିଫିଟିଂ ହଲ ପରିସରରେ ଉଦଘାଟିତ ହୋଇଯାଇଛି। କ୍ରୀଡା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ର ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁ ଏବଂ କ୍ରୀଡା ଓ ଯୁବସେବା ବିଭାଗର ଅନୁ ଶାସନ ସଚିବ ରାଜେନ୍ଦ୍ର ପ୍ରସାଦ ପାଣିଙ୍କ ସମେତ ଆୟୋଜକ, କର୍ମକର୍ତ୍ତା ଓ ପ୍ରତିଯୋଗୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

two × four =