ଶ୍ରୀମନ୍ଦିରରେ ଲାଗୁହେଲା ସେବାୟତଙ୍କ ଡ୍ରେସକୋଡ୍‌

ପୁରୀ (ରାଜ୍ୟକାହାଣୀ):ଶ୍ରୀମନ୍ଦିରରେ ଗୁରୁବାରଠାରୁ ସେବାୟତଙ୍କ କ୍ଷେତ୍ରରେ ଲାଗୁ ହୋଇଛି ଡ୍ରେସକୋଡ୍‌। ଗତ ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ସେବାୟତଙ୍କୁ ପାରମ୍ପରିକ ପୋଷାକ ବିନା ଗର୍ଭଗୃହ ପ୍ରବେଶରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଗୁରୁବାରଠାରୁ ଏହି ନିୟମ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତିକ୍ରମେ ପାଳି ଖଟିଥିବା ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧି ପୋଖରିଆରେ ମହାପ୍ରଭୁଙ୍କ ସେବା କରିଛନ୍ତି।
ସେବାୟତମାନେ ମକୁଟା, ରଣପୁରୀ, ଧୋବ(ଧୋତି), ପାଟ ଆଦି ପିନ୍ଧି ଖଟିଛନ୍ତି ପାଳି। ଅନ୍ୟପଟେ ଦୀପାବଳିରୁ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ଏହି ନିୟମ। ପାରିପାର୍ଶ୍ବିକ ସ୍ଥିତି ଓ ଅନୁଭୂତିକୁ ଦେଖି ଆଗାମୀ ଦିନରେ ଭକ୍ତଙ୍କ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଯୋଜନା ରହିଛି।

Leave A Reply

Your email address will not be published.

twelve + seven =