ଫୁଲୁଛି ମହାନଦୀ:୪ଟି ଜିଲ୍ଲାରେ ତଳିଆ ଅଞ୍ଚଳରେ ବଢ଼ୁଛି ଜଳସ୍ତର

ଭୁବନେଶ୍ୱର(ରାଜ୍ୟକାହାଣୀ)ଏବେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ଫଳରେ ଅବବାହିକାରେ ଥିବା ତଳିଆ ଅଂଚଳବାସୀଙ୍କ ଚିନ୍ତା ବଢିଛି। ବିଶେଷ କରି ପୁରୀ,ଭଦ୍ରକ,କଟକ ଓ ବାଲେଶ୍ୱର ଜିଲ୍ଲାର ତଳିଆ ଅଂଚଳ ଲୋକେ ଭୟ ଭିତରେ ରହିଛନ୍ତି। ତେବେ ବିଶେଷ ଭୟଭୀତ ନହେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କେନ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହାସହ ଯେପରି ଧନଜୀବନ ସୁରକ୍ଷିତ ରହିପାରିବ ତା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି।

ପୁରୀ ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ, କୁଶଭଦ୍ରା, ଧନୁଆଁ, ଦେବୀ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷକରି ଗୋପରବିରତୁଙ୍ଗ, ଡଭାର, ମହଲପଡ଼ା ପଂଚାୟତରେ ପାଣି ପ୍ରବେଶ କରୁଥିବା ବେଳେ ଏହି ଅଂଚଳର ଅଧିକ ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଂକା କରାଯାଉଛି ।

ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜଳସ୍ତର କମିଛି। ତେବେ ସୁବର୍ଣ୍ଣରେଖାରେ ଜଳପତନ ବୃଦ୍ଧି ପାଉଛି । କିଛି ଖାଲୁଆ ଗାଁରେ ପାଣି ପଶିବାର ଆଶଙ୍କା ରହିଛି । ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌କୁ ପ୍ରସ୍ତୁତ ରଖାଯାଇଛି। ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ଅଧିକ କ୍ଷୟକ୍ଷତି କରିବନି।

Leave A Reply

Your email address will not be published.

nine − seven =