କୋଭିଡ଼ରେ ପ୍ରାଣ ହରାଇଥିବା ଆଉ ୪ସାମ୍ବାଦିକଙ୍କ ପରିବାରକୁ ମିଳିଲା ୧୫ଲକ୍ଷ ଲେଖାଏଁ ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ)କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ୪ଜଣ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା ମିଳିଛି। ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ସେମାନଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।

କରୋନା ମହାମାରୀ ସମୟରେ ପ୍ରାଣବଳୀ ଦେଇଥିବା ସାମ୍ବାଦିକମାନେ ହେଲେ ଟାଇମ୍ସ ଅଫ ଇଣ୍ଡିଆର ପ୍ରୀତମାନ ମହାପାତ୍ର, ଆଜିକାଲିର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ଫ୍ରିଲାନ୍ସର ବସନ୍ତ ଦାସ ଓ ଜୀ ଓଡ଼ିଶାର ମାନସ ରଞ୍ଜନ ଜୟପୁରିଆ।
ଆଜି ବ୍ୟାଙ୍କ ଜରିଆରେ ସେମାନଙ୍କ ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଖୋରଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସରକାରଙ୍କ ନିଷ୍ପତି ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଇଥିଲେ।
ଏହି ଅବସରରେ ଭୁବନେଶ୍ୱର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ଓ ବିଭାଗର ବରିଷ୍ଠ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.

19 + 20 =