ବାଲେଶ୍ୱରରେ ଏନଆଇଏ ଟିମ

ଭୁବନେଶ୍ୱର (ରାଜ୍ୟକାହାଣୀ):ଆଇଏସଆଇକୁ ତଥ୍ୟ ଦେବା ଅଭିଯୋଗରେ ୫ଜଣ ଗିରଫ ହେବା ପରେ ଘଟଣାର ଅନୁଧ୍ୟାନ କରିବାକୁ ଏନଆଇଏ ଦଳ ବାଲେଶ୍ୱରରେ ପହଁଚିଛନ୍ତି । କୋଲକାତା ଜୋନର ଏକ ସ୍ୱତନ୍ତ୍ର ଟିମ ବାଲେଶ୍ୱରରେ ପହଁଚି ପୋଲିସ ଓ କ୍ରାଇମବ୍ରାଂଚ ଟିମ ସହ ଆଲୋଚନା କରୁଛନ୍ତି । ଘଟଣାର ଗମ୍ଭିରତା ଥିଲେ ମାମଲାର ତଦନ୍ତଭାର ଏନଆଇଏ ନେବ ବୋଲି କୁହାଯାଉଛି ।

ଡିଆରଡିଏର ଗୁପ୍ତ ତଥ୍ୟ ଲିକ ମାମଲାରେ ପୋଲିସ ଗତକାଲି ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତର ପ୍ରଦେଶ। ସଚିନ ଡିଆରଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। ତଥ୍ୟ ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଓଝଓକୁ ତଥ୍ୟ ଲିକ କରୁଥିବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି। ତେବେ ଏହି ମାମଲାରେ ଆଉ କେଉଁମାନଙ୍କର ହାତ ରହିଛି, କ୍ରାଇମବ୍ରାଞ୍ଚ ତାହା ଉପରେ ତଦନ୍ତ କରୁଛି।

Leave A Reply

Your email address will not be published.

14 + twelve =