ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର(ରାଜ୍ୟକାହାଣୀ):ଏନଡିଆରଏଫ୍ ଡିଜି ଓଡ଼ିଆ ଆଇପିଏସ୍ ଅଫିସର ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଛି ଆଉ ଏକ ଅତିରିକ୍ତ ଗୁରୁ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଡିଜି ଭାବେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏହି ଅତିରିକ୍ତ ନିଯୁକ୍ତି ମିଳିଛି । ବିଦାୟୀ ଡିଜି ରାକେଶ ଆସ୍ଥାନଙ୍କଠାରୁ ଆଜି ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଭୁବନେଶ୍ୱରରେ ଜନ୍ମିତ ଶ୍ରୀ ପ୍ରଧାନ ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର୍ ର ଆଇପିଏସ୍ ଅଧିକାରୀ । ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି । ଜାତୀୟସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଏନସିବି ଡିଜିର ଅତିରିକ୍ତ ଦାୟିତ୍ୱଭାର ଗ୍ରହଣ କରିଥିବା ଶ୍ରୀ ପ୍ରଧାନ ସଂସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

4 × four =