ଅଞ୍ଜନା ମିଶ୍ରଙ୍କୁ ଭେଟିଲା ସିବିଆଇ ଟିମ:ଖୁବଶୀଘ୍ର ଦାଖଲ ହେବ ଅଭିଯୋଗ ଫର୍ଦ୍ଦ

ଭୁବନେଶ୍ୱର:(ରାଜ୍ୟକାହାଣୀ) ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ଅଧିକ ତଦନ୍ତ ପାଇଁ ଆଜି ୨ ଜଣିଆ ସିବିଆଇ ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ। ସେହି କାଳ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ସିବିଆଇ ଟିମ୍‌ର ସଦସ୍ୟମାନେ ଅଞ୍ଜନାଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ୩୦ ମିନିଟ୍ ଧରି ଆଲୋଚନା ହୋଇଥିବା ଜଣାପଡିଛି । ଖୁବ୍ ଶୀଘ୍ର ଏହି ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।

ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ପୁଲିସ ବିବନଙ୍କ ପତ୍ତା ପାଇନଥିଲା। ଏହି ଘଟଣା ସେହି ସମୟରେ ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା।

Leave A Reply

Your email address will not be published.

five × two =